ଲଖନଉ: ପେଟରୁ ବାହାରିଲା ୬୨ଟି ଷ୍ଟିଲ ଚାମଚ | ଚାମଚ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ନିଜେ ଅପରେସନ କରିଥିବା ଡାକ୍ତର | ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାରୁ । ଏଠାରେ ଜଣେ ବ୍ୟକ୍ତିଙ୍କ ପେଟରୁ ୬୨ଟି ଷ୍ଟିଲ ଚାମଚ ବାହାର କରାଯାଇଛି | ତାଙ୍କୁ ଆଇସିୟୁରେ ଚିକିତ୍ସା କରାଯାଉଛି। ଅପରେସନ୍ କରିଥିବା ଡାକ୍ତର ରାକେଶ ଖୁରାନା କହିଛନ୍ତି ଯେ ଜଣେ ୩୨ ବର୍ଷୀୟ ରୋଗୀ ବିଜୟଙ୍କର ପେଟରେ ଯନ୍ତ୍ରଣା ହେବା ନେଇ କହିଥିଲେ | ଏହାପରେ ତାଙ୍କୁ ଔଷଧ ଦିଆଯାଇଥିଲେ ବି ପେଟ ଯନ୍ତ୍ରଣା କମିନଥିଲା |
ତାଙ୍କର ଅଲଟ୍ରାସାଉଣ୍ଡ କରାଯାଇଥିଲା | ଯେଉଁଥିରେ ପେଟରେ କିଛି ଚାମଚ ଆକୃତିର ବସ୍ତୁ ଥିବାର ଦେଖିବାକୁ ମିଳିଥିଲା | ପରେ ବିଜୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଯିବା ପରେ ଡାକ୍ତରମାନେ ଅପରେସନ୍ କରିଥିଲେ। ଅପରେସନ୍ ସମୟରେ ରୋଗୀର ପେଟରେ ଚାମଚ ଦେଖି ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତାଙ୍କ ପେଟରୁ ଗୋଟିଏ ପରେ ଗୋଟିଏ ଚାମଚ ବାହାର କରାଯାଇଥିଲା | ଯେତେବେଳେ ଡାକ୍ତର ଚାମଚଗୁଡିକୁ ଜାଣିଥିଲେ ଏହା ୬୨ଟି ଚାମଚ ଥିଲା | ଏହି ଚାମଚ ଖାଇଛନ୍ତି କି ବୋଲି ରୋଗୀଙ୍କୁ ପଚରାଯାଇଥିଲା। ଆଉ ରୋଗୀ ନିଜେ ଏହି ଚାମଚ ଖାଇଥିବାର ସ୍ୱୀକାର କରିଥିଲେ ।