ଦେଶରେ ଦିନକରେ ୬୪୦ ଜଣଙ୍କର ମୃତ୍ୟୁ

0

ନୂଆଦିଲ୍ଲୀ– ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି ।ଗତ ୨୪ ଘଣ୍ଟାରେ ଦେଶରେ ୪୩ହଜାର ୬୫୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ୬୪୦ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୧୪ ଲକ୍ଷ ୮୪ ହଜାର ୬୦୫ କୁ ବୃଦ୍ଧି ପାଇଛି ।ସକ୍ରିୟ ମାମଲା ସଂଖ୍ୟା ୩,୯୯,୪୩୬ ରହିଛି । ଏହା ସହ ୩ କୋଟି୬ଲକ୍ଷ ୬୩ ହଜାର ୧୪୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏହି କ୍ରମରେ ଦେଶରେ ୪ ଲକ୍ଷ୨୨ ହଜାର ୨୨ ଜଣ ଲୋକଙ୍କର କରୋନାରେ ମୃତ୍ୟୁ ହୋଇଛି ।ଏପର୍ଯ୍ୟନ୍ତ ଲୋକଙ୍କୁ ୪୪,୬୧,୫୬,୬୫୯ ଜଣଙ୍କୁ କରୋନା ଟିକା ଦିଆଯାଇଛି ।