ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ୬ ଗିରଫ

0

ଜୟପାଟଣା/ଗୋଲାପ ସାହୁ: କଳାହାଣ୍ଡି ଜିଲ୍ଲା ଜୟପାଟଣା ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି। କୋକସରା ବ୍ଳକ କାଶିବାହାଲ ଗାଁରେ ବେଆଇନ ଭାବେ ଦେଶୀ ହାତ ରନ୍ଧା ମଦ ପ୍ରସ୍ତୁତ କରୁଥିବା ନେଇ ଚଢ଼ାଉ କରିଥିଲା। ଚଢ଼ାଉରେ ୧୦୩ ଲିଟର ଦେଶୀ ମଦ, ୬୦୦କିଲୋ ମହୁଲ ପୋଚ ଜବତ ସହ ୬ଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ମାରିଥିବା ଜଣାପଡିଛି। ଗିରଫ ମାନଙ୍କୁ ୪୧(ଏ) ରେ ବେଳ ଦେଇଥିବା ଇନିଷ୍ପେଟର ସୂଚନା ଦେଇଛନ୍ତି।ଚଢ଼ାଉ ରେ ଜୟପାଟଣା ଇନିଷ୍ପେଟର ସଂଘମିତ୍ର ପ୍ରଧାନ, ଏଏସଆଇ ଅଶୋକ କୁମାର ସାହୁ ଓ ସହଯୋଗୀ ସାମିଲ ଥିଲେ।