ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୨୩ନମ୍ବର ୱାର୍ଡରେ ୭ଟି ନୂତନ ମିନି ପାର୍କ ଆଜି ଲୋକାର୍ପିତ ହେବ

0

ଭୁବନେଶ୍ୱର:ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୨୩ନମ୍ବର ୱାର୍ଡରେ ୭ଟି ନୂତନ ମିନି ପାର୍କ ଆଜି ଲୋକାର୍ପିତ ହେବ। ୨୩ନମ୍ବର ୱାର୍ଡ ତଥା ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଳିଙ୍ଗ ନଗରରେ ନିର୍ମାଣ ହୋଇଛି ସମସ୍ତ ପାର୍କ। ମୁକ୍ତା ଯୋଜନାରେ ୭ଟି ପାର୍କ ନିର୍ମାଣ ପାଇଁ ବିନିଯୋଗ ହୋଇଛି ପ୍ରାୟ ୩କୋଟି ଟଙ୍କା। ପାର୍କରେ ପିଲାଙ୍କ ଖେଳ ସରଞ୍ଜାମ, ସ୍ୱତନ୍ତ୍ର ଯୋଗ ପିଣ୍ଡି, ଶୌଚାଳୟ, ଚଲାପଥ, ବିଶ୍ରାମ ନେବା ପାଇଁ ଚୌକି, ପାନୀୟ ଜଳ ଓ ଅଲୋକୀକରଣ ବ୍ୟବସ୍ଥା ରହିଛି। ବିଜ୍ଞାନ ଓ କାରିଗରୀ ବିଭାଗ ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ସୁଲୋଚନା ଦାସଙ୍କ ଦ୍ୱାରା ଲୋକାର୍ପିତ ହେବ ସମସ୍ତ ମିନି ପାର୍କ। ଡେ଼ପୁଟି ମେୟର, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ, ସ୍ଥାନୀୟ କର୍ପୋରେଟର ମଧ୍ୟ ଉପସ୍ଥିତ ରହିବେ। ଉଦ୍ଘାଟନୀ କାର୍ୟ୍ୟକ୍ରମରେ ବିଏମସିର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ।