ଭୁବନେଶ୍ୱର(ହରପ୍ରସାଦ ବିଷୋଇଙ୍କ ):-ଆରମ୍ଭ ହୋଇଛି ବିଜେଡିର ପ୍ରଶିକ୍ଷଣ ଶିବିର । ବରମୁଣ୍ଡା ପଡ଼ିଆରେ ଆୟୋଜିତ ଦୁଇ ଦିନିଆ ତାଲିମ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ଯୋଗ ଦେଇଛନ୍ତି । ଏହି ପଦଯାତ୍ରାକୁ ସଫଳ କରିବାକୁ ପ୍ରସ୍ତୁତି ବୈଠକ ସମସ୍ତ ନେତା ଓ କର୍ମକର୍ତ୍ତାଙ୍କୁ ଆହ୍ବାନ ଦେଇଛନ୍ତି ନବୀନ। ବିଜେଡି ଲୋକଙ୍କ ସହ ଅଛି ଲୋକଙ୍କ ପାଇଁ କାମ କରୁଛି। ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ କାମ କରିବକୁ ମୁଖ୍ୟମନ୍ତ୍ରୀ କର୍ମକର୍ତ୍ତାଙ୍କୁ ଆହ୍ବାନ କରିଚନ୍ତି। ଚଳିତ ବର୍ଷ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି ଦେଶ । ସ୍ବାଧୀନତାର ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ପଦଯାତ୍ରା ସମୟରେ ଏ ପ୍ରତି ଉପଯୁକ୍ତ ଫୋକଶ କରାଯିବ ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।ସେପଟେ ବିଜେଡି ଉପସଭାପତି ଦେବୀ ମିଶ୍ରଙ୍କ ଉଦବୋଧନ ଦେଇ କହିଛନ୍ତି, ବିଜୁ ଜନତା ଦଳ ତିଆରି ସମୟରେ ଶୂନ୍ୟତା ଥିଲା। ନବୀନ ଙ୍କ ନେତୃତ୍ବରେ ଦଳ ଆଗକୁ ବଢ଼ିଛି ପଛକୁ ଫେରିନି। ଆର୍ଥିକ ସମସ୍ୟା,ସାଧନ ଭିତରେ ଦଳ ଆଗକୁ ବଢ଼ିଛି। ମିଶନଶକ୍ତି ଆନ୍ଦୋଳନର ପରି କଳ୍ପନା କରାଯାଇଛି। ବିଭିନ୍ନ ସମୟରେ ସ୍ଵତନ୍ତ୍ର ଫୋକାସ ପାଇଁ ଦାବି ଉଠିଛି । ସଂଘୀୟ ବ୍ୟବସ୍ଥାରେ ଆବଶ୍ୟକତା ଠିକ୍ ସମୟରେ ଉପଲବ୍ଧ ହେବା ଆବଶ୍ୟକ। ସବୁ ବର୍ଗର ବିକାଶ ପାଇଁ ରାଜ୍ୟ ସରକାର କାର୍ୟ୍ୟକ୍ରମ ଜାରି ରଖିଛନ୍ତି। ଅନ୍ୟ ମାନେ କଥା କୁହନ୍ତି ନବୀନ କଥା କମ କହି କାମ କରନ୍ତି।। ଚାଷୀର ଆୟ ୩ ଗୁଣା ପାଇଁ ଆହ୍ବାନ କରିଛନ୍ତି। 5T ଷ୍ଟାର୍ଟଆପ,ସ୍ବାସ୍ଥ୍ୟ ଯୋଜନା,ପ୍ରାକୃତିକ ବିପର୍ୟ୍ୟୟ,ଶିଳ୍ପ ପ୍ରତିଷ୍ଠା ଆଦି କ୍ଷେତରେ ସରକାର ସଫଳ ହୋଇଚନ୍ତି। ବିଭିନ୍ନ କେନ୍ଦ୍ରୀୟ ଯୋଜନା ବନ୍ଦ ହେବା ଯୋଗୁଁ ରାଜ୍ୟ କ୍ଷତି ସହୁଛି। କେନ୍ଦ୍ରୀୟ ଅନୁଦାନ କମିଛି।
ରାଜ୍ୟ ସରକାର ବିକାଶ ପାଇ ଆଗକୁ ବଢୁଥିବା ବେଳେ ସଠିକ୍ ସମୟରେ କେନ୍ଦ୍ରୀୟ ସହଯୋଗ ମିଳୁନି। ୪୫ ପ୍ରତିଶତ ଭୋଟ ରୁ ବର୍ତ୍ତମାନ ୫୨ ପ୍ରତିଶତ ଭୋଟର ପହଞ୍ଚିଛି।ଏହାକୁ କାୟମ ରଖିବାକୁ ଆହ୍ବାନ କଲେ ଦେବୀ ମିଶ୍ର।ବିଜୁ ଜନତା ଦଳ କିପରି ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି ତାହାର ତଥ୍ୟ ରଖିଚନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ସରକାରୀ ଯୋଜନା ବାବଦରେ ଅବଗତ କରିବା ସରକାରୀ ଯୋଜନା କିପରି ଲୋକଙ୍କ ନିକଟରେ ପହଞ୍ଚିବ ସେ ନେଇ ପ୍ରୟାସ କରିବାକୁ ଆହ୍ବାନ କରିଚନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ରାଜନୈତିକ କ୍ଷେତରେ ମହିଳାଙ୍କୁ ଅଗ୍ରାଧିକାର ଦିଆଯାଇଛି। ୫୫ପ୍ରତିଶତ ରୁ ଅଧିକ ମହିଳା ନିର୍ବାଚିତ ହୋଇଛନ୍ତି। ସବୁ ବର୍ଷ ପରି ଏ ବର୍ଷ ବି ଆମର ଜନସମ୍ପର୍କ ପଦଯାତ୍ରା ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ. ଆଜି ଏହାର ପ୍ରସ୍ତୁତି ବୈଠକକୁ ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି. ଆଜିର କାର୍ୟ୍ୟକ୍ରମରେ ମନ୍ତ୍ରୀ ସାଂସଦ ବିଧାୟକ ମହିଳା ଯୁବ ଛାତ୍ର ଏକାଠି ହୋଇଛନ୍ତି. ।
ପଦଯାତ୍ରାକୁ ସଫଳ କରିବାକୁ ଆପଣମାନେ ଆଜିର ବୈଠକରେ ଯୋଜନା ତିଆରି କରିବେ. ଆମ ଦଳ ସବୁବେଳେ ଲୋକମାନଙ୍କ ପାଇଁ କାମ କରୁଛି ଓ ଲୋକଙ୍କ ସହିତ ଅଛି. ସରକାରଙ୍କ ବିକାଶ ଓଜନକଲ୍ୟାଣକାରୀ ଯୋଜନାର ବାର୍ତା ଯେପରି ଲୋକଙ୍କ ପାଖରେ ପହଂଚି ପାରିବ, ସେ ଦିଗରେ ଆପଣମାନେ କାମ ଜାରି ରଖନ୍ତୁ. ଚଳିତ ବର୍ଷ ଆମେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛୁ. ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ମଧ୍ୟ ଗୁରୁତ୍ୱପୁର୍ଣ ଭୂମିକା ରହିଥିଲା. ପଦଯାତ୍ରା ସମୟରେ ଏ ଦିଗରେ ଗୁରୁତ୍ୱପୁର୍ଣ ଫୋକସ କରିବା ଦରକାର।
ଅନ୍ୟପକ୍ଷରେ ଏହି ବୈଠକରେ ୩ ହଜାର ରୁ ଉର୍ଦ୍ଧ୍ବ ପ୍ରତିନିଧି ଯୋଗ ଦେଇଛନ୍ତି । ଆସନ୍ତା ୨ ତାରିଖରୁ ମାସେ ବ୍ୟାପୀ ପଦଯାତ୍ରା କରିବ ବିଜେଡି । ୩୦ ତାରିଖରେ ବିଧାୟକ, ସାଂସଦ ଓ ଜିଲ୍ଲା ସଭାପତି, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଚେୟାରମ୍ୟାନ, ଭାଇସ ଚେୟାରମ୍ୟାନ, ଏହା ବ୍ରହ୍ମପୁର, କଟକ ଓ ଭୁବନେଶ୍ୱର ର ମେୟର ଓ କର୍ପୋରେଟର ମାନେ ଉପସ୍ଥିତ ରହିବେ । ପଦଯାତ୍ରା ବିଜେଡି ପ୍ରତି ବର୍ଷ କରେ ବିଜେପି ଏତେ ବ୍ୟତିବ୍ୟସ୍ତ କାହିଁକି ? ସେମାନେ ଧାରୁଦ୍ଧାର କରି ନେତା ଆଣୁଛନ୍ତି। ଗୁଜୁରାଟ ଗୋଆରୁ ନେତା ଧାର କରି କାହିଁକି ଆଣୁଛନ୍ତି? ଆଗ ଓଡିଶାକୁ ଭଲ ପାଆନ୍ତୁ. ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସାରା ଓଡିଶାକୁ ଭଲ ପାଆନ୍ତି. ପୁଞ୍ଜିନିବେଶ ପାଇଁ ଯାଇକି ବି ଆଜି କର୍ମଶାଳାରେ ବାର୍ତା ଦେଇଛନ୍ତି. ଏହିଟା ସେମାନଙ୍କୁ କେଉଁଠି ଦେଖାଯିବ? ଧାର କରି ନେତା ଆଣିବାରେ ବିଜେପି ବ୍ୟସ୍ତ ।ଏଥି କେବଳ ନବୀନ ମନ୍ତ୍ର ହିଁ ଚାଲିବ। ଏଭଳି କହିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।