ସୋନୁ ନିଗମଙ୍କ ବାପାଙ୍କ ଘରୁ ୭୨ ଲକ୍ଷ ଟଙ୍କା ଚୋରି

0

ମୁମ୍ବାଇ: ବଲିଉଡ଼ ସିଙ୍ଗର ସୋନୁ ନିଗମଙ୍କ ବାପାଙ୍କର ମୁମ୍ବାଇସ୍ଥିତ ବାସଭବନରୁ ୭୨ ଲକ୍ଷ ଟଙ୍କା ଚୋରି । ସୋନୁ ନିଗମଙ୍କ ବାପାଙ୍କର ମୁମ୍ବାଇସ୍ଥିତ ବାସଭବନରୁ ୭୨ ଲକ୍ଷ ଟଙ୍କା ଚୋରି କରିଥିବା ଅଭିଯୋଗରେ ଜଣେ ପୂର୍ବତନ ଡ୍ରାଇଭର୍ଙ୍କୁ ଗିରଫ କରାଯାଇଥିବା କଥା ବୁଧବାର ଦିନ ପୁଲିସ କହିଛି। ଗାୟକଙ୍କ ୭୬ ବର୍ଷିୟ ବାପା ଅଗମ କୁମାର ନିଗମ ଅନ୍ଧେରୀ ପଶ୍ଚିମର ଓଶିୱାରାସ୍ଥିତ ୱିନ୍ସର୍ ଗ୍ରାଣ୍ଡ୍ ବିଲ୍ଡିଙ୍ଗ୍ରେ (ଫ୍ଲାଟ୍) ବାସ କରନ୍ତି। ମାର୍ଚ ୧୯ ଓ ୨୦ ତାରିଖ ମଧ୍ୟରେ ଉକ୍ତ ଟଙ୍କା ଚୋରି ହୋଇଥିବା କଥା ପୁଲିସ କହିଛି।
ସୂଚନାଅନୁସାରେ ଅଗମକୁମାର ନିଗମର ରେହାନ ନାମକ ଜଣେ ଡ୍ରାଇଭର ଥିଲେ । ରେହାନ ସୋନୁ ନିଗମଙ୍କ ପତାଙ୍କୁ ୮ମାସ ପାଇଁ ସେବା ପ୍ରଦାନ କରିଥିଲେ । ଏହାପରେ କାର୍ଯ୍ୟରେ ଅସନ୍ତୋଷ ହେତୁ ରେହାନଙ୍କୁ ଚାକିରିରୁ ବାହାର କରାଯାଥିଲା । ବର୍ତ୍ତମାନ ରେହାନ ସୋନୁ ନିଗମଙ୍କ ପିତାଙ୍କ ଘରେ ପଶି ୭୨ ଲକ୍ଷ ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଛି । ଏନେଇ ସୋନୁଙ୍କ ସାନ ଭଉଣୀ ନିକିତା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ଥାନାରେ ଏକ ଏଫଆଇଆର ପଞ୍ଚିକୃତ ହୋଇଛି ।