ହର ଦିଲମେ ଗାନ୍ଧୀର ଶୁଭ ଉଦ୍ଘାଟନ ସହିତ ଗାନ୍ଧୀ ସଚେତନତା ପଦଯାତ୍ରା ଓ ସଭା ଅନୁଷ୍ଠିତ ହେବ

0

ଭୁବନେଶ୍ୱର: (ଚିନ୍ମୟୀ ବେଉରା)ଆସନ୍ତାକାଲି ଅକ୍ଟୋବର ୨ତାରିଖ ରବିବାର ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପୂର୍ବରୁ ଘୋଷଣା ହୋଇଥିବା ହର ଦିଲମେ ଗାନ୍ଧୀ ର ଶୁଭ ଉଦ୍ଘାଟନ ସହିତ ଗାନ୍ଧୀ ସଚେତନତା ପଦଯାତ୍ରା ଓ ସଭା ଅନୁଷ୍ଠିତ ହେବ । ପ୍ରଥମେ ସକାଳ ୭ଟାରେ ଜନତା ମଇଦାନରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ, ତାହପରେ ୭.୨୦ ମିନିଟରେ ୟୁନିଟ-୯ ସ୍ଥିତ ସ୍ୱାଧୀନତା ସଂଗ୍ରାମୀ ସ୍ମୃତି ସ୍ତମ୍ଭଠାରେ ପୁଷ୍ପମାଲ୍ୟ ଅର୍ପଣ । ୭.୩୦ ମିନିଟରେ ସ୍ୱାଧୀନତା ସଂଗ୍ରାମୀ ପଡ଼ିଆଠାରୁ ସ୍କାଉଟ ଗାଇଡ଼ ଅଫିସସ୍ଥିତ ପ୍ରେକ୍ଷାଳୟ ପର୍ଯ୍ୟନ୍ତ ବିଶିଷ୍ଟ ବ୍ୟକ୍ତି, ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ, ସ୍କାଉଟ ଓ ଗାଇଡ଼ ପିଲାମାନଙ୍କ ସହିତ ଗାନ୍ଧୀ ସଚେତନତା ପଦଯାତ୍ରା ଏବଂ ୮ଟା ୩୦ ମିନିଟରେ ସ୍କାଉଟ ଓ ଗାଇଡ ଅଫିସସ୍ଥିତ ପ୍ରେକ୍ଷାଳୟରେ ମହାମାନ୍ୟ ଅତିଥି ଓ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଆଲୋଚନା ସଭା ଦର ଦିଲ ମେ ଗାନ୍ଧୀ କାର୍ଯ୍ୟକ୍ରମର ଶୁଭଉଦଘାଟନ ସହିତ ବର୍ଷବ୍ୟାପି ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ସବିଶେଷ ବିବରଣୀ ଓ ସଚେତନତା ଧର୍ମୀ ଅଭିନବ ସାଂସ୍କୃତିକ କାର୍ଯ୍ୟକ୍ରମର ରୂପରେଖ ସହ ଗାନ୍ଧୀ ଦର୍ଶନ ସମ୍ପର୍କରେ ବ୍ୟାପକ ଆଲୋଚନା କରାଯିବ ।