ନୋଇଡା , ଗାଜିଆବାଦ ସମେତ ୭ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ

0

(ଉତ୍ତରପ୍ରଦେଶ): ଦେଶରେ ବିଗତ କିଛି ଦିନ ହେଲା କରୋନା ଭାଇରସ ସଂକ୍ରମଣ ସଂଖ୍ୟା ‌ ବୃଦ୍ଧି ହେବାରେ ଲାଗିଛି ।  ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ରାଜ୍ୟ ସରକାର ରାଜଧାନୀ ଲକ୍ଷ୍ନୌ ସମେତ ୭ଟି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ଲଗାଇଛନ୍ତି । ଏଥିମଧ୍ୟରେ ଲକ୍ଷ୍ନୌ, ପ୍ରୟାଗରାଜ, ବାରାଣସୀ, କାନପୁର, ନୋଏଡା, ଗାଜିଆବାଦ ଓ ଗୌତମବୁଦ୍ଧନଗର ସାମିଲ ହୋଇଥିବା ସୂଚନା ମିଳିଛି । ଗତକାଲି ଠାରୁ ଆରମ୍ଭ ହୋଇଥିବା ରାତ୍ରିକାଳୀନ କର୍ଫ୍ୟୁ ଏପ୍ରିଲ ୧୭ ପର୍ଯ୍ୟନ୍ତ ଚାଲିବ ।

ସୂଚାନୁଯାୟୀ , ଏହାଛଡ଼ା ଆଉ କିଛି ଜିଲ୍ଲାରେ ବି କରୋନା ପରିସ୍ଥିତି ଖରାପ ଅଛି । ତେଣୁ ଆଗାମୀ ଦିନରେ ସେଠାରେ ମଧ୍ୟ ରାତ୍ରିକାଳୀନ କର୍ଫ୍ୟୁ ଲଗାଯିବା ଲାଗି ଯୋଜନା ରହିଛି ।