ପାର୍ବଣ ପାଇଁ ସଜବାଜ ହଲାଣି ସହରାଞ୍ଚଳ ପୋଲିସ । ପ୍ରମୁଖ ସହରମାନଙ୍କରେ ଧାଡି କି ଧାଡି ପଇଁତରା ମାରୁଛନ୍ତି କମିଶନରେଟ ପୋଲିସ । ପାର୍ବଣରେ ଅପରାଧକୁ ନିୟନ୍ତ୍ରଣରେ ରଖିବା ପାଇଁ ସ୍ୱତନ୍ତ୍ର କଟକଣାନାମା ଜାରି କରିଛନ୍ତି କମିଶନରେଟ ପୋଲିସ । ସେହିଭଳି ଅବକାରୀ ବିଭାଗ ତତ୍ତପରତା ଦେଖାଇ ବେଆଇନ ନିଶା କାରବାରରେ ଜବତ କରିଥିବା ବିଗତ ୧୦ ଦିନର ତଥ୍ୟକୁ ଆଜି ସାମ୍ନାକୁ ଆଣିଛି । ବିଗତ ୧୦ ଦିନରେ ୮ କୋଟି ୨୭ ଲକ୍ଷ ଟଙ୍କାର ସାମଗ୍ରୀ ଜବତ। ନିଶା କାରବାର ଅଭିଯୋଗରେ ୯୧ ଟି ମାମଲା ରୁଜୁ ହେଇଥିବା ବେଳେ ୯୯ ଜଣ ଗିରଫ ହୋଇଛନ୍ତି। ୨୪୮୪ ଗ୍ରାମ ହିରୋଇନ୍, ୧୧୦୩ କିଲୋ ଗଞ୍ଜେଇ, ୫୨ ଲିଟର କଫ ସିରଫ ଜବତ ହୋଇଛି। ଅବକାରୀ ବିଭାଗର ଡେପୁଟି କମିସନର ରାମଚନ୍ଦ୍ର ମିଶ୍ର ଏହି ସୂଚନା ଦେଇଛନ୍ତି।
ସେହିଭଳି ନକଲି ମଦ ବିକ୍ରି ଅଭିଯୋଗରେ ୬୩ଟି ମାମଲା ରୁଜୁ ହେଇଥିବା ବେଳେ ୬୪ ଜଣ ଗିରଫ ହେଇଛନ୍ତି। ୧୪୧୮ ଲିଟର ବିଦେଶୀ ନକଲି ମଦ, ୯୦୫ ଲିଟର ସ୍ପିରିଟ , ୧୪୭ଟି ଗାଡି ଜବତ ହେଇଛି। ଆଗାମୀ ଦିନରେ ମଧ୍ୟ ନିଶା କାରବାର ବିରୋଧରେ ଅପରେସନ ଜାରି ରହିବ। ନିଶା ମାଫିଆଙ୍କ ପ୍ରତି ଜିରୋ ଟଳରେନ୍ସ ନୀତି ଜାରି ରହିବ। କିଛି ଦିନ ଆଗରୁ ଅଭିଯୋଗ ଯେଉଁ ଅବକାରୀ ବିଭାଗର ଅଧିକାରୀମାନଙ୍କ ସଂପୃକ୍ତି ଆସିଥିଲା ସେମାନଙ୍କ ବିରୋଧରେ କାର୍ୟ୍ୟନୁଷ୍ଠାନ ଗ୍ରହଣ କରାଯାଇଛି। ଆଗକୁ ମଧ୍ୟ ସଂପୃକ୍ତି ଆସିଲେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।