ଭାରତରେ ନିର୍ମିତ ହେବ ୮୦ଟି ବିମାନବନ୍ଦର

0

ନୂଆଦିଲ୍ଲୀ : ଆଗାମୀ ୪ରୁ୫ ବର୍ଷ ମଧ୍ୟରେ ଭାରତରେ ନିର୍ମିତ ହେବ ୮୦ଟି ବିମାନବନ୍ଦର । ଯେଉଁ ଯେଉଁ ଜାଗାରେ ଆକାଶ ବାହିନୀ ସ୍ଥଳ ପାଇଁ ସୁବିଧା ନଥିଲା ସେଠାରେ ନିର୍ମିତ ହେବ ବିମାନବନ୍ଦର । ତେଣୁ ବାୟୁସେନା ଗମନାଗମନା ହେବାରେ ଆହୁରି ସୁବିଧା ହେବ । ଐତିହାସିକ ଘଟଣାକୁ ବାଖ୍ୟା କଲେ ଜଣାପଡେ ଯେ ଗତ ୮ ବର୍ଷରେ ବିମାନ ବନ୍ଦର ସଂଖ୍ୟା ବଢିଛି ଭାରତରେ ।

ଆଗରୁ ଦେଶରେ ୭୪ଟି ବିମାନ ବନ୍ଦର ରହିଥିଲା ତାହା ବର୍ତ୍ତମାନ ୧୪୧କୁ ପହଂଚିଛି । ତେବେ ୮୦ଟି ବିମାନବନ୍ଦର ଯୋଗ ହେବା ପରେ ୨୨୦କୁ ବୃଦ୍ଧି ପାଇବ ବିମାନ ବନ୍ଦର । କେଉଁ କେଉଁ ଯାଗାରେ ନିର୍ମିତ ହେବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସୂଚନା ମିଳିନାହିଁ । ତେବେ ଆଗକୁ ଦେଶରେ ଏଭିଏସଏନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ହେବାକୁ ଯାଉଛି ।