(ଶିଳାସ୍ମିତା ରାୟ) ଭୁବନେଶ୍ୱର: ପାକିସ୍ତାନରେ ମହଙ୍ଗା ମାଡକୁ ନେଇ ଖବର ପ୍ରଚାର ହେଉଥିବା ବେଳେ ଭାରତରେ ସ୍ଥିତି ମଧ୍ୟ କିଛି ଭଲ ନୁହେଁ । ରୋଷେଇ ଘରର ସବୁଠାରୁ ଅଧିକ ଆବଶ୍ୟକ ହେଉଥିବା ପିଆଜର ଦର ଏବେ ୮୦ ଟଙ୍କାରେ ପହଁଚିଲାଣି । ଦେଶର ବାଣିଜ୍ୟ ରାଜଧାନୀ ମୁମ୍ବାଇ, ରାଜଧାନୀ ଦିଲ୍ଲୀ, ଗୁରଗାଓରେ ଆଜି ପିଆଜ ଦର ୮୦ ଟଙ୍କା ହୋଇଥିବା ବେଳେ ପାଟଣା, କୋଲକାତାରେ ୭୦-୭୫ ଟଙ୍କା ରହିଛି । ସେହିପରି ଚେନ୍ନାଇରେ ୬୦ ଟଙ୍କା । ଏବେ ନାସିକରେ ପିଆଜ କୁଇଣ୍ଟାଲ ୪୪୦୦ ଟଙ୍କା ରହିଛି ।
ଏସମ୍ପର୍କରେ କୁହାଯାଉଛି, ଗତବର୍ଷ ଜଳାଭାବରୁ ପିଆଜ କମ ଚାଷ ହୋଇଥିଲା । ଆଉ ଚଳିତ ବର୍ଷ ପ୍ରବଳ ବର୍ଷାରେ ପିଆଜ ଚାଷ ନଷ୍ଟ ହୋଇଛି । ଆଉ ଏକ ମାସ ପରେ ନୂଆ ପିଆଜ ଅମଳ ହେବ । କିନ୍ତୁ ଆବଶ୍ୟକ ହେଉଥିବା ପିଆଜ ଅନୁପାତରେ ଏହା ଢେର କମ ରହିବ । ତେଣୁୁ ଆସନ୍ତା ବର୍ଷ ପିଆଜ ଦର ଆହୁରି ବୃଦ୍ଧି ପାଇବ ବୋଲି ବିଶେଷଜ୍ଞ କୁହନ୍ତି ।