ଅର୍ଦ୍ଧସାମରିକ ବାହିନୀରେ ଖାଲିପଡିଛି ୮୪ ହଜାର କନେଷ୍ଟବଳ ପଦବୀ
ଲୋକସଭାରେ ସୂଚନା ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ
ନୂଆଦିଲ୍ଲୀ: ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତରଫରୁ କୁହାଯାଇଛି ଯେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ଏବଂ ଆସାମ ରାଇଫଲରେ ଥିବା ସମସ୍ତ ଖାଲି ପଦବୀରେ ନିଯୁକ୍ତି ଡିସେମ୍ବର ୨୦୨୩ ସୁଦ୍ଧା ଶେଷ ହେବ। ୩୧ ଜୁଲାଇ ୨୦୨୨ ସୁଦ୍ଧା, କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ଏବଂ ଆସାମ ରାଇଫଲରେ ୮୪ ହଜାର ୬୫୯ ପଦବୀ ଖାଲି ଅଛି। ସରକାର କହିଛନ୍ତି ଯେ ଏହି ପଦବୀରେ ନିଯୁକ୍ତି ଆସନ୍ତା ବର୍ଷ ଶେଷ ସୁଦ୍ଧା ଶେଷ ହେବ। କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଙ୍ଗଳବାର ଲୋକସଭାରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସର୍ବାଧିକ ସଂଖ୍ୟକ ପଦବୀ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ରେ ରହିଛି । ସିଆରପିଏଫରେ ୨୭ ହଜାର ୫୧୦ ପଦବୀ ଖାଲି ରହିଛି । ଏଥି ସହିତ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ରେ ୨୩ ହଜାର ୪୩୫ ପଦବୀ ଖାଲି ଅଛି। ଏହାଛଡା ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (ସିଆଇଏସଏଫ) ରେ ୧୧ ହଜାର ୭୬୫ ଟି ପଦବୀ ଖାଲି ରହିଛି । ସଶସ୍ତ୍ର ସୀମା ବଳ (ଏସସିବି) ରେ ୧୧ ହଜାର ୧୪୩ ଟି ପଦବୀ, ଆସାମ ରାଇଫଲରେ ୬ ହଜାର ୪୪ ଟି ପଦବୀ ଏବଂ ଆଟିବିପିରେ ୪ ହଜାର ୭୬୨ ଟି ପଦବୀ ଖାଲି ଅଛି।
କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ କନଷ୍ଟେବଳ ନିଯୁକ୍ତି ପ୍ରକ୍ରିୟାରେ ଅଗ୍ନିବୀରମାନଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯିବ। ଜୁନ୍ ମାସରେ ସ୍ଥଳ ସେନା, ନୌସେନା ଏବଂ ବାୟୁସେନାରେ ସୌନିକ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା ଘୋଷଣା କରିଥିଲେ। ନିତ୍ୟାନନ୍ଦ ରାୟ ସୂଚନା ଦେଇଛନ୍ତି ଯେ ୨୫ ହଜାର ୨୭୧ କନଷ୍ଟେବଳ ପଦବୀରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଯଥାଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ଷ୍ଟାଫ୍ ସିଲେକସନ କମିଶନ ଏସଏସସି ସହିତ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଏହା ସହିତ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ଯେ ସମୟ ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଶେଷ ହେବା ଉଚିତ୍ ବୋଲି ଗୃହ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାୟ କହିଛନ୍ତି।