ରାଜ୍ୟରେ ସୁସ୍ଥହେଲେ ୮୪୭୧ଜଣ କରୋନା ଆକ୍ରାନ୍ତ

0

ଭୁବନେଶ୍ବର : ରାଜ୍ୟରେ ଆଜି କରୋନା ସଂକ୍ରମଣ ରୁ ସୁସ୍ଥ ହୋଇଛନ୍ତି ଆଉ ୮୪୭୧ ଜଣ । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୧୦ ଲକ୍ଷ ୮୯ ହଜାର ୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।ଗୋଟିଏ ପଟେ ଦୈନିକ କୋଭିଡ୍ ସଂକ୍ରମଣ ୧୦ ହଜାର ପାର୍ କରିଥିବା ବେଳେ ପରେ ସୁସ୍ଥ ହାର ମଧ୍ୟ ବୃଦ୍ଧିପାଇଛି। ଗୁରୁବାର ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୮୪୭୧ ଜଣ କରୋନା ଆକ୍ରାନ୍ତ । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଜଣ ରହିଥିବା ବେଳେ ସୁନ୍ଦରଗଡରୁ ୧୦୪୯ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ଜିଲ୍ଲାଗୁଡିକରେ ସୁସ୍ଥ ହାର ଏକ ହଜାର ତଳେ ରହିଛି ।