ବିଜୟ ଦେବରକୋଣ୍ଡାଙ୍କୁ ମନି ଲଣ୍ଡରିଂ ମାମଲାରେ ୯ ଘଣ୍ଟା ଜେରା

0

ମୁମ୍ବାଇ : ସାଉଥ୍‌ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଅଡୁଆରେ ଫସିଛନ୍ତି।ବିଜୟ ଦେବରକୋଣ୍ଡାଙ୍କୁ ମନି ଲଣ୍ଡରିଂ ମାମଲାରେ ୯ ଘଣ୍ଟା ଜେରା କରିଛି ଇଡି । FEMAର ନିୟମ ଭାଙ୍ଗିବା ଅଧୀନରେ ବିଜୟଙ୍କୁ ଇଡି ରିପୋର୍ଟ ତଲବ କରିଛି। ମନି ଲଣ୍ଡରିଂ କେସ୍‌ରେ ବିଜୟଙ୍କ ନାମ ସାମିଲ ଥିବା କୁହାଯାଉଛି। ଧର୍ମା ପ୍ରଡକ୍ସନସ୍‌ ବ୍ୟାନରରେ ତିଆରି ହୋଇଥିବା ଫିଲ୍ମ ‘ଲାଇଗର’ ଏକ ବଡ଼ ବଜେଟ୍‌ର ଫିଲ୍ମ ଥିଲା। ରିପୋର୍ଟ ମୁତାବକ, ଫିଲ୍ମ ପାଖାପାଖି ୧୨୦ କୋଟି ବଜେଟ୍‌ରେ ପ୍ରସ୍ତୁତ ହୋଇଥିଲା। କିନ୍ତୁ ବକ୍ସ ଅଫିସ୍‌ରେ ନିଜର ମୂଲ୍ୟ ସୁଦ୍ଧା ସଂଗ୍ରହ କରିବାରେ ସଫଳ ହୋଇପାରି ନ ଥିଲା। ଫିଲ୍ମ ମୋଟ ୬୦.୮୦ କୋଟିର ଆୟ କରିଥିଲା। କୁହାଯାଉଛି କି, ଫିଲ୍ମର ନିର୍ମାଣ ଏବଂ ପ୍ରଚାର ପ୍ରସାରରେ କଳା ଧନ ବ୍ୟବହୃତ ହୋଇଛି। ଏ ନେଇ ଇଡି ଏକ ଅଭିଯୋଗ ଉପରେ ତଦନ୍ତ ଆରମ୍ଭ କରି ଦେଇଛି।ଏହାକୁ ନଜରରେ ରଖି ଇଡି ବିଜୟ ଦେବରକୋଣ୍ଡାଙ୍କୁ ସମନ ପଠାଇଛି। ବିଜୟଙ୍କ ପୂର୍ବରୁ ଇଡି ୧୭ ନଭେମ୍ବରରେ ପ୍ରଯୋଜକ ଚାର୍ମି କୌର ଓ ନିର୍ଦ୍ଦେଶକ ପୁରୀ ଜଗନ୍ନାଧଙ୍କୁ ମଧ୍ୟ ପଚରାଉଚରା ପାଇଁ ଅଫିସ୍‌ ଡକାଇଥିଲା।