୯୦୧ କର୍ମଚାରୀଙ୍କୁ ମିଳିଲା ପୋଲିସ ପଦକ

0

ଡେସ୍କ : ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ୯୦୧ ଜଣ ପୋଲିସ କର୍ମଚାରୀଙ୍କୁ ପୁରସ୍କାର ଦିଆଯିବ । ୨୦୨୩ ରେ ମୋଟ ୯୦୧ ପୋଲିସ କର୍ମଚାରୀଙ୍କୁ ପୁରସ୍କୃତ କରାଯିବା ନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ସବୁବେଳେ ନିଜର ଉପକାରିତା ସାହାସିକତା ପାଇଁ ୧୪୦ ଜଣ କର୍ମଚାରିଙ୍କୁ ପୋଲିସ ପଦକ ଦିଆଯାଇଥିବା ବେଳେ ଉଲ୍ଲେଖନୀୟ ସେବା ପାଇଁ ୯୩ ଜଣଙ୍କୁ ରାଷ୍ଟ୍ରପତିଙ୍କ ପୋଲିସ ପଦକ ଓ ପ୍ରସଂଶନୀୟ ସେବା ପାଇଁ ୬୬୮ ଜଣଙ୍କୁ ପୋଲିସ ପଦକ ଦିଆଯାଇଛି ।