Reporters Today
  • Home
  • ଓଡିଶା
  • ନବମ ଓ ଏକାଦଶ କ୍ଲାସ ବନ୍ଦ ରଖିବାକୁ ଘୋଷଣା
ଓଡିଶା

ନବମ ଓ ଏକାଦଶ କ୍ଲାସ ବନ୍ଦ ରଖିବାକୁ ଘୋଷଣା

(ଭୁବନେଶ୍ୱର ): ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ଗଣଶିକ୍ଷା ବିଭାଗ ନେଇଛି ବଡ ନିଷ୍ପତ୍ତି । ନବମ ଓ ଏକାଦଶ କ୍ଲାସ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି । ଏପ୍ରିଲ ୮ ତାରିଖରୁ ସମସ୍ତ ସରକାରୀ ଓ ଘରୋଇ ସ୍କୁଲରେ କ୍ଲାସ ବନ୍ଦ ରହିବ । ଏପ୍ରିଲ ୩୦ ଯାଏଁ ଏହି ନିଷ୍ପତ୍ତି ଲାଗୁ ରହିବ। ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ତୁରନ୍ତ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ହୋଇଛି। ଯେଉଁମାନଙ୍କର ପରୀକ୍ଷା ଚାଲୁଛି ସେମାନେ ପରୀକ୍ଷା ସରିବା ମାତ୍ରେ ହଷ୍ଟେଲ ଖାଲି କରିବେ । ପରୀକ୍ଷା ଚାଲୁଥିବା ପିଲାମାନେ ସିଙ୍ଗଲ ରୁମରେ ରହିବେ ଓ କୋଭିଡ ନିୟମ ମାନିବେ। ୧୦ମ ଓ ଦ୍ବାଦଶ ଶ୍ରେଣୀ ପାଇଁ କ୍ଲାସ ଏପ୍ରିଲ ୨୫ ଯାଏଁ ଚାଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂଚନା ଦେଇଛି।

ସୂଚାନୁଯାୟୀ , ଫେବୃୟାରୀ ୮ ତାରିଖରେ ନବମ ଓ ଏକାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିଥିଲା। ଏହା ପୂର୍ବରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ଜାନୁଆରି ଠାରୁ ସ୍କୁଲରେ ପାଠପଢ଼ା ଆରମ୍ଭ ହୋଇଥିଲା।

Related posts

ଦୁଗ୍ଧ ପ୍ରକିୟାକରଣ କାରଖାନା କାମ ଶେଷ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

Report

ବସ ଭଡା ଦୁଇ ଗୁଣା ହେବ:ପରିବହନ ମନ୍ତ୍ରୀ

Report

କାମରେ ଅବହେଳା ପାଇଁ ବଦଳିଲେ ୨୨ ୱାର୍ଡ ଅଫିସର

Report

Leave a Comment