ଭାରୋତ୍ତଳନ ପ୍ରଶିକ୍ଷକଙ୍କ ପାଇଁ ୩ ଦିନିଆ ବୈଷୟିକ ତାଲିମ ଶିବିର ଉଦଯାପିତ

0

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଓ ଭାରତୀୟ ଭାରୋତ୍ତୋଳନ ଫେଡେରେସନର ମିଳିତ ସହଯୋଗରେ ୩ ଦିନିଆ ବୈଷୟିକ ଅଫିସିଆଲ ରିଫ୍ରେସର ପାଠ୍ୟକ୍ରମ (ଜାତୀୟ ବର୍ଗ ୨ ଏବଂ ବର୍ଗ ୧) ଅନୁଷ୍ଠିତ ହୋଇଯାଇଛି। ଏହା ସେପ୍ଟେମ୍ବର ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଅନୁଷ୍ଠିତ ହୋଇଥିଲା। ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରାପ୍ତ କୋଚ ପାଲ ସିଂ ସାନ୍ଧୁ ଏବଂ ଭାରତୀୟ ଭାରୋତ୍ତୋଳନର ବୈଷୟିକ ଅଧିକାରୀ କୁମ୍ବାସି ସୁବ୍ରମଣ୍ୟମ ନେତୃତ୍ୱ ନେଇଥିଲେ। ଅନୁଷ୍ଠିତ ବୈଷୟିକ ତାଲିମ କାର୍ଯ୍ୟକ୍ରମରେ ଓଡି଼ଶାର ୨୨ ଜଣ କୋଚ ଅଂଶଗ୍ରହଣ କରିଥିଲେ। ଯେଉଁଥିରେ ରାଜ୍ୟ ତରଫରୁ ଜାତୀୟ ତଥା ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ। ରାଜ୍ୟରେ ବୈଷୟିକ ଅଧିକାରୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି।
ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରାପ୍ତ କୋଚ ପାଲ ସିଂ ସିନ୍ଧୁ ଓଡି଼ଶାରେ କିଛି ବୈଷୟିକ ଅଧିକାରୀ ରହିଛନ୍ତି। ରେଫେରି ହେବାର ଅଂଶଗ୍ରହଣକାରୀଙ୍କ ସମ୍ଭାବନା ଚିହ୍ନଟ କରିବାରେ ଏହି ପାଠ୍ୟକ୍ରମ ଆମକୁ ସାହାଯ୍ୟ କରିବ। ଏକ ପରୀକ୍ଷା କରାଯାଉଛି ଏବଂ ଯୋଗ୍ୟତା ଉପରେ ଆଧାର କରି ସେମାନେ ଜାତୀୟ ବର୍ଗ ଏବଂ ବର୍ଗ ୧ ରେଫେରିଙ୍କ ପାଇଁ ଯୋଗ୍ୟ ବିବେଚିତ ହେବେ। ଜାତୀୟ ବର୍ଗର ଯୋଗ୍ୟ ରେଫେରିମାନେ ଜାତୀୟ ତଥା ରାଜ୍ୟସ୍ତରୀୟ ଚାମ୍ପିୟନସିପରେ ରେଫେରି ହେବାକୁ ଯୋଗ୍ୟଥିବାବେଳେ ଜାତୀୟ ବର୍ଗ ୨ରେ ଯୋଗ୍ୟତା ହାସଲ କରିଥିବା ବ୍ୟକ୍ତିମାନେ ଜିଲ୍ଲାସ୍ତରରେ ଚାମ୍ପିୟନ ସିପ ହୋଇପାରିବେ। ଏହିପରି ଦୀର୍ଘ ସମୟ ମଧ୍ୟରେ ଓଡି଼ଶାରେ ଭାରୋତ୍ତୋଳନକୁ ପ୍ରୋତ୍ସାହିତ କରିବାରେ ସହାୟକ ହେବ ବୋଲି ଶ୍ରୀ ସାନ୍ଧୁ ସୂଚନା ଦେଇଛନ୍ତି। ଜାତୀୟ ତଥା ଆନ୍ତର୍ଜାତୀୟ କ୍ରୀଡା ଇଭେଣ୍ଟରେ ଓଡି଼ଶାର ଭାରୋତ୍ତୋଳନକାରୀଙ୍କ ଭଲ ପ୍ରଦର୍ଶନ କରିବାର କ୍ଷମତା ଥିବା ଦର୍ଶାଇ ଆଇଡବ୍ଲ୍ୟୁଏଲଏଫର ବୈଷୟିକ ଅଧିକାରୀ କୁମ୍ବାସି ସୁବ୍ରମଣ୍ୟମ କହିଛନ୍ତି ଯେ ଭାରୋତ୍ତୋଳନ ପାଇଁ ଆମେ କରିଥିବା ତିନି ଦିିନିଆ ପ୍ରଶିକ୍ଷଣ ଶିବିରରେ ଓଡି଼ଶା ଖେଳାଳିଙ୍କ ଉନ୍ନତି ଆସିବା ସହ ଲାଭଦାୟକ ହେବ। ଆମେ ଏକ ପରୀକ୍ଷା କରିଛୁ ଯାହା ଭାରତୀୟ ଭାରୋତ୍ତୋଳନ ଫେଡେରେସନ ଦ୍ୱାରା ସ୍ୱୀକୃତି ଲାଭ କରିଛି। ଯୋଗ୍ୟ ଅଂଶଗ୍ରହଣକାରୀମାନେ ବୈଷୟିକ ଅଧିକାରୀ ହୋଇପାରିବେ।
ଓଡିଶାରେ ରିଫ୍ରେସର ପାଠ୍ୟକ୍ରମ ପରିଚାଳନା ପାଇଁ ରାଜ୍ୟ କ୍ରୀଡା ବିଭାଗକୁ ପ୍ରସଂଶା କରି ଶ୍ରୀସୁବ୍ରମଣ୍ୟମ କହିଛନ୍ତି ଯେ ଭାରତରେ ପ୍ରଥମ ଥର ପାଇଁ ଗୁଣାତ୍ମକ ବୈଷୟିକ ଅଧିକାରୀ ଉତ୍ପାଦନ କରିବା ପାଇଁ ଭାରୋତ୍ତୋଳନ ଲାଗି ଏଭଳି ପାଠ୍ୟକ୍ରମ ଆୟୋଜନ କରିବା ପାଇଁ ସମ୍ପୃକ୍ତ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ବୋଲି କହିଥିଲେ। ବ୍ରହ୍ମପୁରର ଅନ୍ୟତମ ଅଂଶଗ୍ରହଣକାରୀ ପଦ୍ମିନୀ ପାଢୀ କହିଛନ୍ତି ଯେ ସମ୍ପୃକ୍ତ ସତେଜ ପାଠ୍ୟକ୍ରମ ଆମକୁ ଭାରୋତ୍ତୋଳନ ଉପରେ ବିଚାର କରିବାର ବିଭିନ୍ନ ପାରାମିଟର ଶିଖିବାରେ ବହୁତ ସାହାଯ୍ୟ କଲା। ଆମେ ବିଭିନ୍ନ ନିୟମ ଓ ନିୟମାବଳୀ ଉପରେ ଶିକ୍ଷା ଗ୍ରହଣ କଲୁ ଯାହା ପ୍ରତିଯୋଗିତା ସମୟରେ ଲାଭଦାୟକ ହେବ ବୋଲି କହିଥିଲେ।