(ଦୀପକ ମିଶ୍ର /ଉଦଳା): ସତ୍ୟସାଇ ଭଜନ ମଣ୍ଡଳୀ ବୈରାଟପୁର ପକ୍ଷରୁ ଆଜି ବୈରାଟପୁର ଗ୍ରାମର ମୁଖ୍ୟ ଦ୍ୱାରରେ ଭଜନ ମଣ୍ଡଳୀର ସଦସ୍ୟମାନେ ବଟ ବୃକ୍ଷ ଲଗାଇଥିଲେ । ପୁଟପର୍ତୀ ପ୍ରଶାନ୍ତିରୁ ଏହି ଚାରା ଆସିଥିବା ନେଇ ସମିତି ପକ୍ଷରୁ ପ୍ରକାଶ କରାଯାଇଛି । ଏକ ମହତ୍ୱ ଉଦେଶ୍ୟ ସହ ଗ୍ରାମରେ ଶାନ୍ତି ଓ ଲୋକମାନଙ୍କ ଭିତରେ ସାଇ ପ୍ରେମ ଜାଗ୍ରତ ହେବକ୍ଷ ଏହାର ମୂଳ ଲକ୍ଷ୍ୟ । ବଟ ବୃକ୍ଷ ମୂଳରେ ଜପ ତପଠୁ ଆରମ୍ଭ କରି ଆଧ୍ୟାତ୍ମିକ ଭଜନ କୀର୍ତ୍ତନ କରାଯିବ ବୋଲି ସତ୍ୟସାଇ ସମିତି ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତିବର୍ଷ ମକର ସଂକ୍ରାନ୍ତି ଦିନ ଭଜନ ମଣ୍ଡଳୀ ପକ୍ଷରୁ ଏକ ଉତ୍ସବ ପାଳନ କରାଯିବ ବୋଲି ଭଜନ ମଣ୍ଡଳୀର ମୁଖ୍ୟ ନଗେଶ ରଣା ସୂଚନା ଦେଇଥିଲେ ।
next post