କଂଗ୍ରେସକୁ ବଡ ଝଟକା , ଦଳ ଛାଡିଲେ ୩୦ 

0

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ପାଇଁ ପଡ଼ିଛିକି ଶନିଦଶା | କଂଗ୍ରେସରେ ଟାଣ ଓଟରା ନିତିପାଇଁ ଏକାଥରେ ରାଜ୍ୟର ୩୦ରୁ ଅଧିକ କଂଗ୍ରେସ ନେତା ଦଳ ଛାଡିଥିବା ସାମ୍ନାକୁ ଆସିଛି | ସେଥିମଧ୍ୟରେ ର୍ବତନ ସାଂସଦ ରାଧାକାନ୍ତ ଦିଗଲ, ପୂର୍ବତନ ବିଧାୟକ ରବି ବେହେରା, ପିସିସିର ପୂର୍ବତନ ସମ୍ପାଦକ ତଥା ମୁଖପାତ୍ର ନିକୁଞ୍ଜ ପଶାୟତ,ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ସଞ୍ଜୟ ବାରିକ, ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ଅକ୍ଷୟ ମଲ୍ଲ, ଛାତ୍ର କଂଗ୍ରେସ ସମ୍ପାଦକ ପ୍ରବୀଣ ବୋଦଲା ପୂର୍ବତନ ମୁଖପାତ୍ର ଅଶୋକ ସାମଲ, ପିସିସିର ପୂର୍ବତନ ସାଧାରଣ ସମ୍ପାଦକ ବିଶ୍ୱଜିତ ଦାସ, ଜାତୀୟ ସଂଯୋଜକ ସୌମ୍ୟ ମିଶ୍ର , ପ୍ରମୁଖ କଂଗ୍ରେସ ଛାଡ଼ଛନ୍ତି ।

କେବଳ ସେତିକି ନୁହେଁ ନିଜ ଦଳ ବିଷୟରେ ଏକ ସାମ୍ବାଦିକ ସମିଳନୀରେ କହିଛନ୍ତିକି କଂଗ୍ରେସ ଏବେ ଅନ୍ୟର ନୀତି ଆଦର୍ଶକୁ ଆପଣେଉଛି | ବର୍ତ୍ତମାନର ପିସିସି ସଭାପତି ଶରତ ପଟ୍ଟନାୟକ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେଉଛନ୍ତି। ତେଣୁ ଏବେ ସେ ସଠିକ ଢଙ୍ଗରେ କାର୍ଯ୍ୟ କରି ପାରୁନାହାନ୍ତି ବୋଲି ପିସିସିର ପୂର୍ବତନ ମୁଖପାତ୍ର ଅଶୋକ ସାମଲ କହିଛନ୍ତି ।

ତେଣୁ ଦଳରେ ରହିବା ସମ୍ଭବ ହେଉନାହିଁ ।କେବଳ ସେତିକି ନୁହେଁ ସେ ଏହା ମଧ୍ୟ କହିଛନ୍ତି ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଭୋଟ ଦେବା ପ୍ରସଙ୍ଗ ଉଠାଇଛନ୍ତି ଦଳ ଛାଡିଥିବା ନେତା। ମୋକିମଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିବା ଅଗଣତାନ୍ତ୍ରିକ ।ଏହାକୁ ସାରା ରାଜ୍ୟର କଂଗ୍ରେସ କର୍ମୀ ବିରୋଧ କରିବେ | ଏପଟେ ପିସିସି ସଭାପତି କହିଛନ୍ତି ମୋ ପାଖରେ କୌଣସି ଇସ୍ତପା ପତ୍ର ପହଁଚିନି | କିନ୍ତୁ କେହୀମଧ୍ୟ ଦଳ ଛାଡ଼ନ୍ତୁନି |