ବିହାରରେ ହେବାକୁ ଯାଉଛି ବଡ ପରିବର୍ତ୍ତନ

0

ପାଟଣା:ବିହାରରେ ହୋଇପାରେ ବଡ ଧରଣର ପରିବର୍ତନ | ନିଜନିଜ ମଧ୍ୟରେ କୋଣଠେସା ନୀତି ଧରିଲେଣି ବିଜେପି ଓ ଜେଡିୟୁ | ଏବେ ଚର୍ଚ୍ଚାର ବିଷୟ ରହିଛି ବିଜେପି ଓ ଜେଡିୟୁ ମଧ୍ୟରେ ବଡ ଧରଣର ବିସ୍ପୋରଣ |ସହଯୋଗୀ ବିଜେପିର ହାତ ଛାଡ଼ିପାରନ୍ତି ଜେଡିୟୁ ମୁଖ୍ୟ ତଥା ସିଏମ ନୀତୀଶ କୁମାର ।ଦୀର୍ଘଦିନ ନୀତୀଶ କୁମାର ଅସନ୍ତୋଷ ଘେରାମଧ୍ୟରେ ପେଷି ହୋଇ ଆଜି ଡାକିଛନ୍ତି ବିଧାୟକ ଦଳ ବୈଠକ |

ସେପଟେ ବିଜେପି ମଧ ଏହି ନୀତି   ଆପଣେଇ  ଆଜି ଡାକିଛି ବିଧାୟକ ଦଳ  ବୈଠକ | ତେଣେ ପାଟଣା ଛାଡ଼ି ନଯିବା ଲାଗି ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆରଜେଡି ନେତା ତେଜସ୍ବୀ ଯାଦବ ।ବିହାରର ବରିଷ୍ଠ ଜେଡିୟୁ ମନ୍ତ୍ରୀ ବିଜୟ ଚୌଧୁରୀ କହିଛନ୍ତି ବୈଠକରେ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି । ନୀତୀଶ କୁମାରଙ୍କ ନିଷ୍ପତ୍ତି ନେଇ କୌଣସି ମନ୍ତବ୍ୟ ନଦେବାକୁ ନିଜ ଦଳର ନେତାଙ୍କୁ ନିର୍ଦ୍ଦେଶ ଦେଇଛି ବିଜେପି ।

ବିହାରରେ ସଂଖ୍ୟା ଗରିଷ୍ଠ ଦଳ ଭାବେ ବର୍ତ୍ତମାନ ଆରଜେଡି ରହିଛି । ଦଳର ବିଧାୟକ ସଂଖ୍ୟା ୮୦ ରହିଛନ୍ତି । ଯଦି ବିଜେପି-ଜେଡିୟୁ ମେଣ୍ଟ ଭାଙ୍ଗେ ତେବେ ଜେଡିୟୁକୁ ସମର୍ଥନ କରିପାରନ୍ତି ଆରଜେଡି, କଂଗ୍ରେସ ଓ ବାମପନ୍ଥୀ । ସେପଟେ ମହାରାଷ୍ଟ୍ର ପରି ବିହାରରେ ଅପରେସନ ଲୋଟସ ହୋଇପାରେ ବୋଲି ଆଶଙ୍କା କରୁଛନ୍ତି ନୀତୀଶ ।