ଗଞ୍ଜାମ (ରଜନୀକାନ୍ତ ପାତ୍ର ):-ଗଞ୍ଜାମ ଜିଲ୍ଲା ଆସିକା ସହର ଉପକଣ୍ଠ ଟାଉନ ହଲ ଗୃହ ଠାରେ ଭାରତୀୟ ଜନତା ପାର୍ଟି ଘୁମୁସର ସାଂଗଠନିକ ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ଆଜି ସେବାପକ୍ଷ ପାଳନ ଦିବସ ଅବସରରେ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଘୁମୁସର ସାଂଗଠନିକ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଦିପକ ପ୍ରଧାନଙ୍କ ତତ୍ୱାବାଧାନରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଘୁମୁସର ସାଂଗଠନିକ ଜିଲ୍ଲା ଯୁବମୋର୍ଚ୍ଚା ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ସରୋଜ କୁମାର ଭଞ୍ଜ ସଂଯୋଜନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିଜେପି ନେତା ତଥା ପୂର୍ବତନ ବିଧାୟକ ଦେବରାଜ ମହାନ୍ତି,ଘୁମୁସର ସାଂଗଠନିକ ଜିଲ୍ଲା ସଭାପତି ଗୋକୁଳ ନନ୍ଦ ମଲ୍ଲିକ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା,ସାଧାରଣ ସମ୍ପାଦକ ନାରାୟଣ ବେହେରା,ଜିଲ୍ଲା ସମ୍ପାଦକ ପ୍ରଶାନ୍ତ କୁମାର ଚର୍ଚ୍ଚି,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୂର୍ଯ୍ୟନାରାୟଣ ଦାଶ,ବିଜେପି ନେତା ଦୁର୍ଯ୍ୟୋଧନ ଖଣ୍ଡୁଆଳ, ସମେତ ଭି.ଖୋକନ,ଶଙ୍କର ପାତ୍ର,ସିମାଚଂଳ ରେଡି,ସୋମେଶ ବିଷୋୟୀ,କୃଷକ ମୋର୍ଚ୍ଚା ସଭାପତି ରାଘବ ସିଅ,କୃଷକ ମୋର୍ଚ୍ଚା ସଂଯୋଜକ ପ୍ରତାପ ନାୟକ,ବିଜେପି ଯୁବ ନେତା ରବିନ୍ଦ୍ର ନାଥ ପୋଲାଇ ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଅବସରରେ ଏକ ସାଂଗଠନିକ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଭାଜପା ରାଷ୍ଟ୍ରିୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ସେପ୍ଟେମ୍ବର ୧୭ ତାରିଖ ଠାରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସେବାପକ୍ଷ ଦିବସ ପାଳନ କରାଯିବ । ଏଥିପାଇଁ ସମଗ୍ର ଦେଶରେ ବିଭିନ୍ନ ପ୍ରକାର ସେବା କାର୍ଯ୍ୟମାନ ଅନୁଷ୍ଟିତ ହୋଇଥିବା ବେଳେ ଆସିକାରେ ରକ୍ତ ଦାନ ଶିବର ପାଳନ କରାଯାଇଛି । ଏହା ସହିତ ଅକ୍ଟୋବର ୨୫ ତାରିଖ ଦିନ ପଣ୍ଡିତ ଦିନଦୟାଲଙ୍କ ଜୟନ୍ତି ଏବଂ ଅକ୍ଟୋବର ୨ ତାରିଖ ଦିନ ଗାନ୍ଧୀ ଜୟନ୍ତି ପାଳନ କରାଯିବା ନେଇ ସୂଚନା ପ୍ରଦାନ କରାଯାଇଥିଲା । ଏହି ରକ୍ତ ଦାନ ଶିିବିରରେ ମୋଟ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ରକ୍ତ ସଂଗ୍ରହ ବେଳେ ବ୍ରହ୍ମପୁର ବଡ ମେଡିକାଲ ବ୍ଲଡ ବ୍ୟାଙ୍କ ୟୁନିଟ ଯୋଗ ଦେଇ ରକ୍ତ ସଂଗ୍ରହ ବେଳେ ସହଯୋଗ କରିଥିଲେ ।