ରାମେଶ୍ୱରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମ୍ୟାଗନମ୍ ଡିଜି ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

0

ଭୁବନେଶ୍ୱର( ଚିନ୍ମୟୀ ସ୍ୱାଇଁ):- ରକ୍ତ ଦାନ ମହତ୍ୱ ଦାନ । ଏଥିପାଇଁ ଅନେକ ଲୋକେ ସ୍ୱ ଇଚ୍ଛାରେ ରକ୍ତଦାନ କରିଥାନ୍ତି । ଏହି ରକ୍ତ ପାଇଁ ବେଳେବେଳେ ଅମୂଲ୍ୟ ଜୀବନ ଚାଲି ଯିବାର ଦୃଶ୍ୟ ସାମ୍ନାକୁ ଆସିଥାଏ । ଏହାସହିତ ଅନେକ ସମୟରେ ମେଡିକାଲରେ ରକ୍ତର ଅଭାବ ଯୋଗୁଁ ରୋଗୀ ହଇରାଣ ହେଉଥିବା ଦେଖିବାକୁ ମିଳିଥାଏ । ତେବେ ଏହି ରକ୍ତର ଅଭାବକୁ ଦୂର କରିବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରକ୍ତ ଶିବିର କରାଯାଇ ୟୁନିଟ ୟୁନିଟ ରକ୍ତ ସଂଗ୍ରହ କରାଯାଇଥାଏ ।

ସେହିଭଳି ରକ୍ତଦାନ ମହାପୂଣ୍ୟ ସ୍ଳୋଗାନକୁ ମର୍ମେ ମର୍ମେ ପାଳନ କରିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ରାମେଶ୍ୱରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମ୍ୟାଗନମ୍ ଡିଜି ଫାଉଣ୍ଡେସନ । ତେବେ ଦିର୍ଘ ୨୩ ବର୍ଷ ଧରି ମ୍ୟାଗନମ୍ ଡିଜି ଫାଉଣ୍ଡେସନ ରାମେଶ୍ୱର ଆୟୋଜନ କରି ଆସୁଅଛି ରକ୍ତ ଦାନ ଶିବିର । ରକ୍ତ ଦାନ ଶିବିର ଆୟୋଜନ କରି ରାଜ୍ୟର ରକ୍ତ ଚାହିଦାକୁ ପୂରଣ କରିବାରେ ହେଉଛି ସହାୟକ ।

ଆଜି ମ୍ୟାଗନମ୍ ଡିଜି ଫାଉଣ୍ଡେସନ ପକ୍ଷରୁ ନିରାକାରପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର । ଏହି ଶିବିରରେ ମ୍ୟାଗନମ୍ ଡିଜି ଫାଉଣ୍ଡେସନର ବହୁ ସଦସ୍ୟ । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବହୁ ଗୁରୁଜୀ, ଗୁରୁମା, ନିରାକାରପୁର ଥାନାର ଅଧୀକାରୀଙ୍କ ସହ ବହୁ ପୋଲିସ୍ କର୍ମଚାରୀ ଓ ସ୍ଥାନୀୟ ଯୁବକ ଯୁବତୀ ମାନେ ଯୋଗ ଦେଇ ସ୍ୱେଚ୍ଛାକୃତ ରକ୍ତଦାନ କରିଛନ୍ତି ।

ଏହି ରକ୍ତଦାନ ଶିବିରରେ ୧୦୦ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ପାଇଁ ମ୍ୟାଗନମ୍ ଫାଊଣ୍ଡେସନର ଅଧ୍ୟକ୍ଷ୍ୟ ରମେଶ ମହାପାତ୍ର, ଫାଉଣ୍ଡେସନର ଉପାଧକ୍ଷ୍ୟ ଗୀତାରାଣୀ ପାଢୀ , ବରିଷ୍ଠ କାର୍ୟ୍ୟକର୍ତ୍ତା ପ୍ରେମ ଶତପଥୀ, ସମିତା ଶତପଥୀ ପ୍ରମୁଖ ଅତିଥୀ ଭାବେ ଯୋଗ ଦେଇଥିଲେ । ଭୁବନେଶ୍ବର ବ୍ଲଡ୍ ବ୍ୟାଙ୍କର ଡାକ୍ତର ମାନେ ଏଥିରେ ସଂପୁର୍ଣ ସହଯୋଗ ଜରିଥିଲେ ।