ଇନ୍ଦ୍ରାବତୀ ବାମ କେନାଲରେ ବୁଡି ଯୁବକ ନିଖୋଜ : ଉଦ୍ଧାର କାର୍ଯ୍ୟ ଜାରି

0

ନୂଆପଡ଼ା: ଇନ୍ଦ୍ରାବତୀ ବାମ କେନାଲରେ ବୁଡି ଯୁବକ ନିଖୋଜ ଅଭିଯୋଗ | ଦମକଳ ବିଭାଗର ଉଦ୍ଧାର କାର୍ଯ୍ୟ ଜାରି | କୋକସରା ବ୍ଲକ କାଶିବାହଲ ପଞ୍ଚାୟତ ନୂଆପଡ଼ା ଗ୍ରାମର ଯୁବକ ଦୁର୍ଜନ ବାଗଙ୍କ ପୁଅ ଦେବେନ୍ଦ୍ର ବାଗ ଆଜି ମଧ୍ୟାହ୍ନରେ ଗାଁ ନିକଟରେ ଥିବା ବାମ ମୁଖ୍ୟ କେନାଲକୁ ଗାଧେଇବାକୁ ଆସି କେନାଲର ପ୍ରବଳ ପାଣି ସ୍ରୋତରେ ଭାଷି ଯାଇଥିବା ସନ୍ଦେହ କରାଯାଉଛି |

ଯୁବକର ପେଣ୍ଟ ସାର୍ଟ ଓ ସାଇକେଲ କେନାଲ ହୁଡାରେ ରହିଛି | ଯାହାକୁ ନେଇ ପରିବାର ଓ ଗ୍ରାମବାସୀ ସନ୍ଦେହ ପ୍ରକାଶ କରି କୋକସରା ପୁଲିସ ଓ ଦମକଳ କର୍ମଚାରୀଙ୍କୁ ଖବର ଦେବାପରେ ଦମକଳ କର୍ମଚାରୀ ପହଞ୍ଚି କେନାଲରୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି |