ଓଡ଼ିଶାରେ ଖୋଲିବ ଦେଶର ପ୍ରମୁଖ ଆଇଟି କମ୍ପାନୀ IBMର ଶାଖା

0

ଭୁବନେଶ୍ୱର : ଓଡ଼ିଶାକୁ ପ୍ରମୁଖ ଆଇଟି ହବରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ସ୍ବପ୍ନକୁ ମିଳିିଛି ବୁଷ୍ଟର ଡୋଜ୍‌।ଆଜି ବେଙ୍ଗାଲୁରୁରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ଆୟୋଜିତ ହେଉଥିବା ବେଳେ ଗତକାଲିଠୁ ମୁଖ୍ୟମନ୍ତ୍ରୀ ବେଙ୍ଗାଲୁରୁରେ ପହଞ୍ଚି ଶିଳ୍ପପତିମାନଙ୍କ ସହ ଆଲୋଚନା କରିଥିଲେ। ଆଇବିଏମ୍‍ର ପରିଚାଳନା ସହଯୋଗୀ ଅମିତ ଶର୍ମା ମଧ୍ୟ କାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ। ଦେଶର ଏକ ପ୍ରତିଷ୍ଠିତ ଆଇଟି କମ୍ପାନୀ ଆଇବିଏମ୍‍(IBM) ଓଡ଼ିଶାରେ ତାର ବ୍ରାଞ୍ଚ ଖୋଲିବ ବୋଲି ଘୋଷଣା କରିଛି।

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ପରେ IBM ଏହି ନିଷ୍ପତ୍ତି ନେଇଛି । ଆସନ୍ତା ମାସରେ ଭୁବନେଶ୍ୱରରେ IBM ଶାଖା ଖୋଲିବା ନେଇ ସୂଚନା ଥିବାବେଳେ ଏହାଦ୍ୱାରା ୨୦୦ରୁ ୪୦୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।ସୂଚନାପ୍ରଯୁକ୍ତି କ୍ଷେତ୍ରର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ନୂଆ ଆଇଟି ନୀତି ଏ କ୍ଷେତ୍ରରେ ସହାୟକ ହୋଇଛି। ସମ୍ପ୍ରତି କେବଳ ଭୁବନେଶ୍ୱରରେ ୧୧୦ଟି ଆଇଟି ସଂସ୍ଥା କାର୍ଯ୍ୟ କରୁଛି ଓ ସମଗ୍ର ଓଡ଼ିଶାରେ ଏହି ସଂସ୍ଥାର ସଂଖ୍ୟା ପ୍ରାୟ ଦେଢ଼ଶହରେ ପହଞ୍ଚିଛି। ଦକ୍ଷ ମାନବ ସମ୍ବଳ, ସରଳ ଶିଳ୍ପନୀତି ଆଇଟି ସଂସ୍ଥାଗୁଡ଼ିକୁ ଓଡ଼ିଶାମୁହାଁ କରିଛି।

ଫଳରେ ଓଡ଼ିଶାର ବୈଷୟିକ ଜ୍ଞାନସମ୍ପନ୍ନ ଯୁବକଯୁବତୀ ନିଯୁକ୍ତି ପାଇଁ ଅନ୍ୟ ରାଜ୍ୟ ବା ସହର ନୁହେଁ; ଓଡ଼ିଶାରେ ନିଯୁକ୍ତି ପାଇବାର ସମ୍ଭାବନା ସୃଷ୍ଟି ହୋଇଛି।ଅନ୍ୟପଟେ ମେକ ଇନ୍ ଓଡ଼ିଶା କନକ୍ଲେଭ ଥ୍ରୀ ଆଜି ସଂଧ୍ୟାରେ ବେଙ୍ଗାଲୁରୁରେ ଇନଭେଷ୍ଟର୍ସ ମିଟ ହେବ । ସମ୍ମିଳନୀରେ ଉପସ୍ଥିତ ରହି ବିଶିଷ୍ଟ ଶିଳ୍ପପତି, ଚାମ୍ବର୍ସ ଅଫ କମର୍ସ ସହ ୱାନ ଟୁ ୱାନ ଆଲୋଚନା କରିବେ ନବୀନ । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ କ’ଣ କ’ଣ ରହିଛି ସୁବିଧା ସୁଯୋଗ । ଏନେଇ ନିବେଶକଙ୍କୁ ବୁଝାଇ ନିମନ୍ତ୍ରଣ କରିବେ ନବୀନ ।