ଗରୀବଙ୍କ ସାଥୀ;ଶ୍ରମିକଙ୍କ ଭଗବାନ ସୂର୍ଯ୍ୟଦେବଙ୍କ ସଂଘର୍ଷକାହାଣୀ

ସଂର୍ଘଷର ଅନ୍ୟନାମ ସୂର୍ଯ୍ୟଦେବ

0

ଉତ୍ତରପ୍ରଦେଶ: ସଂର୍ଘଷର ଅନ୍ୟନାମ ସୂର୍ଯ୍ୟଦେବ  । ହିଁ ଦର୍ଶକବନ୍ଧୁ ସୂର୍ଯ୍ୟଦେବ ଜଣେ ଏମିତି ବ୍ୟକ୍ତିତ୍ୱ ଯାହାଙ୍କ ବିଷୟରେ ଜାଣିଲେ ଆପଣ ନିଶ୍ଛିତ ଅନୁପ୍ରାଣିତ ହେବେ  । ଘଟଣା ୧୯୬୦ ମସିହାର  ।ଉତ୍ତରପ୍ରଦେଶର ବଲିଆର ୧୪ ବର୍ଷର ଛୋଟ ପିଲାଟି । ପାଠ ପଢିବା, ଖେଳିବା ସମୟରେ ପରିବାରର ବୋଝ ପଡ଼ଥିିଲା   । ୧୯୬୦ ମସିହାରେ ଘର ଛାଡି ବାହାରିଥିଲେ  ସୂର୍ଯ୍ୟଦେବ  । ସେବେ ଠାରୁ ଆଉ ଫେରି ଚାହିଁ ନଥିଲେ ସେ  । ଜୀବନର କେବେ ନ ହାରିବାର ଶପଥ ଗ୍ରହଣ କରିଥିଲେ ସୂର୍ଯ୍ୟଦେବ  । ଚାକିରି ଖୋଜିବା ପାଇଁ ଘର ଠାରୁ କିଛି ଦୂର ଜଣେ ସମ୍ପର୍କୀୟଙ୍କ ଘରେ ରହିଥିଲେ  । କିନ୍ତୁ ସେଠାରେ ଖୁବ୍ କମ ସମୟ ପାଇଁ ରହିଥିଲେ ସୂର୍ଯ୍ୟଦେବ  । ସମ୍ପକୀୟଙ୍କ ବ୍ୟବହାର ଠିକ ନ ଲାଗିବାରୁ ତାଙ୍କ ଘର ଛାଡି ଅନ୍ୟତ୍ର ଚାଲି ଯାଇଥିଲେ ସେ  । ଏଇଠୁ ଆରମ୍ଭ ହୁଏ ସୂର୍ଯ୍ୟଦେବଙ୍କ ସଂର୍ଘଷର କାହାଣୀ  ।

 ରାତି ଅଧରେ ଘର ଛାଡି ଅସହାୟ ଭାବେ ଚାଲିଥିଲେ ସୂର୍ଯ୍ୟଦେବ  । ଚାଲି ଚାଲି ପହଞ୍ଚିଲେ ପୌରାଗଡ ବସ୍ତିରେ  । ସେଠାରେ ଏକ ବଙ୍ଗାଳି ପରିବାର ସୂର୍ଯ୍ୟଦେବଙ୍କ ଅବସ୍ଥା ଦେଖ ତାଙ୍କୁ ଏକ ଚାକିରିରେ  କରାଇଦେଲେ  । କାମ ଥିଲ କୋଇଲା ଖଣିରେ ଶ୍ରମିକଙ୍କ ଉପସ୍ଥିତି ଓ ଅନୁପସ୍ଥିତିର ହିସାବ ରଖିବା  । ସେଥିରୁ ଯାହା ଦରମା ମିଳେ କିଛି  ନିଜ ପାଇଁ ରଖି ଅବଶିଷ୍ଟ ଘରକୁ ପଠାଉଥିଲେ  । ସମୟକ୍ରମେ ବହୁ ଶକ୍ତିର ଅଧିକାରୀ ହେଲେ  । ଏବଂ ଜଣେ ପହିଲବାନ୍ ରୂପେ  ଖୁବ୍ ନାମ କମାଇଥିଲେ  । ଏହା ପରେ ତାଙ୍କ ଜୀବନରେ ଖୁସି ଫେରିଥିଲା  । ୨୭ ବର୍ଷ ବୟସରେ କୁନ୍ତିଙ୍କୁ ବିବାହ କରିଥିଲେ ସୂର୍ଯ୍ୟଦେବ  । ବିବାହ ପରେ ପତ୍ନୀ କୁନ୍ତି ଏବଂ ତିନି ସାନ ଭାଇଙ୍କୁ ନେଇ ଧନବାନ ରହିବାକୁ ଲାଗିଲେ  । ହେଲେ ହଠାତ୍ ସେ କାମ କରିଥିବା କୋଇଲା ଖଣିରେ ଶ୍ରମିକମାନଙ୍କ ଉପରେ ଅତ୍ୟାଚାର ବଢିଚାଲିଲା  । ଅତ୍ୟାଚାର ବିରୁଦ୍ଧରେ କାହାର ମୁହଁ ଖୋଲିବାର ସାହାସ ନଥିଲା  । ହେଲେ ନିଜ ଜୀବନକ୍ୁ ଖାତିର ନ କରି ଶ୍ରମିକଙ୍କ ପାଇଁ ଆନ୍ଦୋଳନ କରିଥିଲେ  ଏବଂ ବିଜୟୀ ହୋଇ ନ୍ୟାୟ ଦାତା ସାଜିଥିଲେ  । ସେବେଠାରୁ ଶ୍ରମିକଙ୍କ ଆଖିରେ ଦେବତା ପାଲଟି ଯାଇଥିଲେ ସୂର୍ଯ୍ୟଦେବ  । ଏହା ସହ ସାରା ସହରରେ ଖବ୍ ଚର୍ଚ୍ଚାର ନାମ ପାଲଟି ଗଲେ ସୂର୍ଯ୍ୟଦେବ  ।

ସେହି ସମୟରେ ଦେଶର ପରିସ୍ଥିତି ଖୁବ୍ ଗମ୍ଭୀର ଥାଏ; ଯାହାକୁ ନେଇ ଖୁବ୍ ତାନାସାହି ବିରୋଦ୍ଧରେ ଯୁଦ୍ଧ ଚାଲିଥିଲା  । ସେହି ଯୁଦ୍ଧରେ ଏମିତି ଏକ ଭୂମିକା ଗ୍ରହଣ କଲେ ଯାହା ଦ୍ୱାରା  ଜୟପ୍ରକାଶ ନାରାୟଣ ଏବଂ ଚନ୍ଦ୍ର ଶେଖର ସିଂ ଭଳି ବଡ ରାଜନେତାଙ୍କ ନଜରରେ ଆସିଥିଲେ ସୂର୍ଯ୍ୟଦେବ  । ଏଇଠୁ ଆରମ୍ଭ ହେଲା ସୂର୍ଯ୍ୟଦେବଙ୍କ ରାଜନୈତିକ କ୍ୟାରିୟର  । ୧୯୭୭ ମସିହାରେ ଜନତା ପାଟିରୁ ଟିକେଟ ପାଇ ଝରିଆରୁ ବିଧାୟକ ପଦ ପାଇଁ  ଲଢିଥିଲେ  । ଏବଂ ତାଙ୍କ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ବିଧାୟକ ହୋଇ ରହିଥିଲେ  । ଗରିବ, ଶ୍ରମିକ ଠାରୁ ଆରମ୍ଭ କରି ସମସ୍ତଙ୍କୁ ସାହାର୍ଯ୍ୟ କରି ଜଣେ ମସିହା ପାଲଟି ଯାଇଥିଲେ ସୂର୍ଯ୍ୟଦେବ । ୧୫ ଜୁନ୍ ୧୯୯୧ ମସିହାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ସୂର୍ଯ୍ୟଦେବ  । ଏହା ପରେ ଶ୍ରମିକ ତାଙ୍କର ନେତାଙ୍କୁ ହରାଇ ଦୁଃଖରେ ବୁଡି ଯାଇଥିଲା  ।

ଏହା ପରେ ସୂର୍ଯ୍ୟଦେବଙ୍କ ବଡ ପୁତ୍ର ରାଜିବ ରଞ୍ଜନ ସିଂ ସମସ୍ତ ଦାୟୀତ୍ୱ ସମ୍ଭାଳି ଥିଲେ   । ସୂର୍ଯ୍ୟଦେବଙ୍କ ପରି ସମସ୍ତଙ୍କ ଦୁଃଖ ସୁ୍ଖର ସାଥି ଥିଲେ ରାଜିବ  । ହଠାତ୍ ରାଜିବଙ୍କ ମୃତ୍ୟୁ ହୋଇଗଲା  । ଏହା ପରେ ଜନତାଙ୍କ ଦୁଃଖ ଦୂର କରିବା ପାଇ ସୂର୍ଯ୍ୟଦେବଙ୍କ ପତ୍ନୀ କୁନ୍ତି ଦେବୀ ୨୦୦୫ରେ ଶର୍ତ୍ତାକୁ ଆସି ସବୁକିଛି ସମ୍ଭାଳି ଥିଲେ  । ୨୦୧୪ରେ ସୂର୍ଯ୍ୟ ଦେବଙ୍କ ଦ୍ୱି୍ତୀୟ ପୁତ୍ର ସଂଞ୍ଜିବ ନିର୍ବାଚନ ଲଢିଥିଲେ  ।କିନ୍ତୁ ବିରୋଧୀଙ୍କ ଶଡଯନ୍ତ୍ରର ଶିକାର ହେଲେ ସଂଞ୍ଜିବ  । ଏକ ହତ୍ୟା ମମଲାରେ ତାଙ୍କୁ ଫସାଇ ଦିଆଗଲା  । ଏହା ପରେ ଦୁର୍ଯ୍ୟଦେବଙ୍କ ସାନ ପୁଅ ସିର୍ଦ୍ଧାତ ସିଂ ସମ୍ଭାଳିଛନ୍ତି ।ଯିଏ  ମନିଷ ଗୌତମ ନାମରେ ବେଶ୍ ପରିଚିତ  ।

ଦର୍ଶକବନ୍ଧୁ ଏ ଥିଲା ସୂର୍ଯ୍ୟଦେବଙ୍କ ଜୀବନ କାହାଣୀ  । ଯାହାଙ୍କ ପାଖରେ ଦିନେ କିଛି ନଥିଲା ସେ ଦିନେ ସର୍ବଶକ୍ତିର ଅଧିକାରୀ ହୋଇ ପାରିଲେ  । ସେଥିପାଇଁ କୁହାଯାଏ “କୋଶିସ କରନେବାଲୋ କି କିଭି ହାର ନେହିଁ ହୋତି”  । ଏହାର ଜଳନ୍ତ ଉଦାହରଣ ହେଉଛନ୍ତି ସୂର୍ଯ୍ୟଦେବ  । ତେବେ ଦଶକବନ୍ଧୁ ଜୀବନରେ ଯେତେ କଷ୍ଟ ଆସୁ ଯଦି ଆପଣ  ଚେଷ୍ଟା କରିବେ; ତେବେ ସଫଳତା ନିଶ୍ଚତ ମିଳିବ  ।