ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର କାହ୍ନା ତାଣ୍ଡି ଏବଂ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର କିଛି ଛାତ୍ରଙ୍କ ମଧ୍ଯରେ କଥା କଟାକଟି

0

ବଲାଙ୍ଗୀର/ପାଟଣାଗଡ଼ ଜଗନ୍ନାଥ ଧରୁଆ :-ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଲକ ଗତ ବୁଧବାର ଦିନ ସଇଁନ୍ତଳା ପଞ୍ଚାୟତ ସମିତି ମହାବିଦ୍ଯାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର କାହ୍ନା ତାଣ୍ଡି ଏବଂ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର କିଛି ଛାତ୍ରଙ୍କ ମଧ୍ଯରେ କଥା କଟାକଟି ହୋଇଥିଲା ! ତେବେ ସେହି ଘଟଣାକୁ କେନ୍ଦ୍ର କରି ଦିନ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ର ମାନେ କିଛି ଅଣ ଛାତ୍ରଙ୍କ ସହ ମିଶି କଲେଜ ଭିତରକୁ ପ୍ରବେଶ କରିଥିଲେ ଏବଂ ପ୍ରଥମ ବର୍ଷର ଛାତ୍ରଙ୍କୁ କଲେଜ ପରିସରରୁ ବାହାରକୁ ଡାକି ନେଇ ଗାଲି ଗୁଲଜ କରିବା ସହ ଗୋଡାଇ ଗୋଡାଇ ବିଚ୍ ରାସ୍ତାରେ ନିସ୍ତୁକ ମାଡ ମାରିଥିଲେ ! ଏହାକୁ ନେଇ କଲେକ ଅଧ୍ଯକ୍ଷଙ୍କ ଠାରେ ଅଭିଯୋଗ ହୋଇଅଛି ! ଦୃବୁର୍ତ୍ତ ମାନେ ନିସ୍ତୁକ ମାଡ ମାରିଥିବା ଦୃଶ୍ଯ ଏବେ ସାମାଜିକ ଗଣ ମାଧ୍ଯମରେ ଭିଡିଓ ଭାଇରାଲ ହେବାର ଲାଗିଛି ! ଏ ସମ୍ପର୍କରେ କଲେଜ ଅଧ୍ଯକ୍ଷ ଶିବ ପ୍ରସାଦ ବିଶ୍ବାଳଙ୍କୁ ଯୋଗେ ଯୋଗାଯୋଗ କରିବାରୁ ଘଟଣା ଟି କଲେଜ ବାହାରେ ହୋଇଥିବା କହିଛନ୍ତି ! ରାଗିଂ ସମ୍ପର୍କିତ ଭିଡିଓ ଭାଇରାଲ ପରେ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇବା ସହ ଦୋଷି ବିରୋଧରେ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି !