ଆଜି ଓଡିଶା ଆସିବେ ଆସିଆନର ଏକ ପ୍ରତିନିଧି ଦଳ

0

ଭୁବନେଶ୍ବର: ଆଜି ଓଡିଶା ଆସିବେ ଆସିଆନର ଏକ ପ୍ରତିନିଧି ଦଳ | ୨୬ ରୁ ୨୮ ତାରିଖ ଯାଏଁ ଓଡିଶା ଗସ୍ତରେ ଆସିବେ ଆସିଆନର ଏକ ଦଳ | ଏହି ଦଳରେ ୧୦ଟି ଦେଶ ସାମିଲ ଅଛନ୍ତି ସେମାନଙ୍କ ମଧ୍ୟରେ ମିଆଁମାର, ଇଣ୍ଡୋନୋସିଆ, ଫିଲିପାଇନ୍ସ, ଥାଇଲାଣ୍ଡ, ମାଲେସିଆ, ସିଙ୍ଗାପୁର, ଭିଏତନାମ ଆଦି ଦେଶର ପ୍ରତିନିଧି ଆସିବେ | ୧୦ଟି ଦେଶର ଆମ୍ବାସଡର ଏହି ଦଳରେ ସାମିଲ ଅଛନ୍ତି ।ଦିଲ୍ଲୀରେ ନିବେଶକ ସମ୍ମିଳନୀରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା ବେଳେ ଓଡିଶା ଆସି ଭିତ୍ତିଭୂମି ବୁଲି ଦେଖିବା ପାଇଁ ରାଜ୍ୟ ସରକାର ଏହି ଦେଶ ଗୁଡିକୁ ନିମନ୍ତ୍ରଣ କରିଥିଲେ । ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଦିଲ୍ଲୀରେ ଆଲୋଚନା କରିଥିଲେ ।ଓଡ଼ିଶାରେ ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ଖଣି, ଆଇଟି, କ୍ଷେତ୍ରରେ ବ୍ୟାପକ ସୁଯୋଗ ରହିଛି ଏକଥା ରାଷ୍ଟ୍ରଦୂତ ମାନଙ୍କୁ ବୁଝାଇଥିଲେ ନବୀନ ।୩ଦିନ ଧରି ଓଡିଶାରେ ହେବାକୁ ଥିବା ରୋଡ ଶୋରେ ସେମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ମୁଖ୍ୟମନ୍ତ୍ରୀ ବାଙ୍ଗାଲୋର ,ମୁମ୍ବାଇ , ଦୁବାଇ ଓ ହାଇଦ୍ରାବାଦରେ ରୋଡ଼ ସୋ କରିଥିଲେ ମୁଖ୍ୟମନ୍ତ୍ରୀ ସେହିଠାରେ ହିଁ ପୁଞ୍ଜିପତି ମାନଙ୍କୁ ନିମନ୍ତ୍ରଣ କରିଥିଲେ |