(ସୁବର୍ଣ୍ଣପୁର/ ଓମ ପ୍ରକାଶ ମିଶ୍ର): ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକକୁ ବିଭିନ୍ନ ଦାବି ପୂରଣ ପାଇଁ ଏବଂ ସବଡିଭିଜନ ଗଠନ ଦାବିରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଡ଼ଭୂକେଟ ପୂର୍ବତନ ବିଜେପି ଯୁବମୋର୍ଚା ସଭାପତି ପ୍ରଶାନ୍ତ ଦଣ୍ଡସେନା ନେତୃତ୍ୱ ନେଇଥିବା ବେଳେ ବରିଷ୍ଠ ବିଜେପି ନେତା ବଳଦେବ ବେଦବାକ ,ପ୍ରେମାନନ୍ଦ ପଢିଆ,ରାଜେନ୍ଦ୍ର ରାଉତ, କୄଷ୍ମ ଚନ୍ଦ୍ର କୁମ୍ଭାର, ଜଦୁମଣି କର୍ଣ୍ଣ, ସୁରେଶ ପାତ୍ର, ଟିକେଶ୍ୱର ମେହେର ପ୍ରମୁଖ ଉପସ୍ଥିତ ଥିଲେ।