୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ଲକ୍ଷ୍ୟ ଧାର୍ଯ୍ୟ କରଯାଇଛି:ଶିଳ୍ପ ମନ୍ତ୍ରୀ

0

ଭୁବନେଶ୍ୱର :ସରିଲା ମେକ୍ ଇନ ଓଡିଶା ଉଦଘାଟନୀ ସମାରୋହ । ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ପରେ ଏକ୍ସପୋ ବୁଲିଲେ । ଏହା ପରେ ନୃତ୍ୟ ଓ ଗୀତ ଜରିଆରେ ରୂପାନ୍ତରିତ ଓଡ଼ିଶା ଚିତ୍ରକୁ ଅତିଥିଙ୍କ ଗହଣରେ ବସି ଦେଖିଥିଲେ । କାର୍ଯ୍ୟକ୍ରମ ପରେ ପ୍ରତିକ୍ରିୟା ରଖି ଶିଳ୍ପ ମନ୍ତ୍ରୀ କହିଛନ୍ତି, ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ଲକ୍ଷ୍ୟ ଧାର୍ଯ୍ୟ କରଯାଇଛି । କୃଷି ଓ ଦକ୍ଷତା ବିକାଶ ପରେ ଏବେ ଶିଳ୍ପ କ୍ଷେତ୍ରକୁ ଗୁରୁତ୍ଵ ଦେଉଛନ୍ତି ସରକାର ।

ଆସନ୍ତାକାଲି ଦେଶ ବିଦେଶରୁ ଆସିଥିବା ଶିଳ୍ପ ମୁଖ୍ୟଙ୍କ ଗହଣରେ ନୂଆ ଶିଳ୍ପନୀତି ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ଶିଳ୍ପ ସଚିବ କହିଛନ୍ତି, ମେକ୍ ଇନ୍ ଓଡ଼ିଶା ତୃତୀୟ ସଂସ୍କରଣ ଓଡ଼ିଶା ଶିଳ୍ପାୟନକୁ ପ୍ରୋତ୍ସାହିତ କରିବ । ଏଥିରେ ଜାପାନ, ନରୱେ, ଜର୍ମାନୀ, ଇସ୍ରାଏଲ, ନେପାଲ, ଅଷ୍ଟ୍ରେଲିଆ ସମେତ ୧୧ଟି ଦେଶର ନିବେଶକ ଅଂଶଗ୍ରହଣ କରିଛନ୍ତି । ଆସନ୍ତାକାଲି ଘୋଷଣା ହେବାକୁ ଥିବା ଶିଳ୍ପନୀତିରେ ନିବେଶକାରୀ ମାନଙ୍କୁ ଆକୃଷ୍ଟ କରିବା ଭଳି ବିଭିନ୍ନ ଦିଗକୁ ଗୁରୁତ୍ୱ ଦିଆଯାଇଛି ।