ଓଡିଶା ପାଇଁ ଗର୍ବ ଆଣିଲେ ବିକାଶ

0

ବ୍ୟୁରୋ:ବିସିସିଆଇ ମ୍ୟାଚ ରେଫରି ତାଲିକାରେ ସ୍ଥାନ ପାଇଲେ ଓଡିଶାର ପୂର୍ବତନ ରଣଜୀ ଖେଳାଳି । ବରିଷ୍ଠ ଚୟନକର୍ତ୍ତା ତଥା ପୂର୍ବତନ ରଣଜୀ ବ୍ୟାଟର ବିକାଶ ପତି ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ ଏକାଡେମୀରେ ଗତ ସେପ୍ଟେମ୍ବରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଓଡିଶାର ପଂଚମ ରେଫରି ଭାବେ ବିସିସିଆଇ ମ୍ୟାଚର ପରିଚାଳକ ଭାବେ ଦାୟିତ୍ୁ ଗ୍ରହଣ କରିବେ । ପୂର୍ବରୁ ସଂଜୟ ରାଉଳ, ସ୍ୁର୍ଗତ ପ୍ରଶାନ୍ତ ମହାପାତ୍ର, ପି.ଜୟଚନ୍ଦ୍ର ଓ ଶିବସୁନ୍ଦର ଦାସ ରେଫରି ମାନ୍ୟତା ପାଇ ସାରିଛନ୍ତି । ବିକାଶଙ୍କ ଏହି ସଫଳତା ପାଇଁ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଂଜୟ ବେହେରାଙ୍କ ସହ ଅନ୍ୟ କର୍ମକର୍ତ୍ତାମାନେ ଶୁଭେଚ୍ଛା ଜଣାଇଛନ୍ତି।