ଓପନ ଫର ଅଲଫାଉଣ୍ଡେସନର ୫ଦିନିଆ ଫୁଟବଲ ପ୍ରତିଯୋଗିତା ଉଦଯାପିତ

0

ରାଉରକେଲା: ଫୁଟବଲ ଖେଳକୁ ପ୍ରୋତ୍ସାହିତ କରିବା ତଥା ଗ୍ରାମାଞ୍ଚଳରୁ ପ୍ରତିଭାକୁ ଚିହ୍ନଟ କରିବା ପାଇଁ ନୂତନ କରି ଗଠନ ହୋଇଥିବା ଓପନ ଫର ଅଲଫାଉଣ୍ଡେସନର ୫ ଦିନିଆ ଫୁଟବଲ ପ୍ରତିଯୋଗିତା ଇସ୍ପାତ ଷ୍ଟାଡିୟମ ଠାରେ ଉଦଯାପିତ ହୋଇଯାଇଛି ।ସୂଚନାଯୋଗ୍ୟ ଯେ, ଗତ ୨୬ ତାରିଖରୁ ଇସ୍ପାତ ଷ୍ଟାଡିୟମ ଠାରେ ଆରମ୍ଭ ହୋଇଥିବା ଏହି ଫୁଟବଲ ପ୍ରତିଯୋଗିତାରେ ଜିଲ୍ଲାର ପ୍ରାୟ ୪୦ଟି ଦଳ ଭାଗ ନେଇଥିଲେ । ସେମି ଫାଇନାଲରେ ହମିରପୁର ଟିଚର୍ସ କଲୋନୀ ବନ ପୋଷ ବି କୁ ଓ ସେମିଫାଇନାଲରେ ଲାଠିକଟାର ଟିମ ଜୋର ଦଳ ବନପୋଷ କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ।

ଫାଇନାଲ ମ୍ୟାଚ ଟିମ ଜୋର ସହ ଟିଚର୍ସ କଲୋନୀ ମଧ୍ୟରେ ଖେଳିଯାଇଥିଲା।ତେବେ ଏହି ଖେଳ ଅମିମାଂସିତ ରହିବାରୁ ଟ୍ରାଇ ବ୍ରେକରର ସାହାଯ୍ୟ ନିଆଯାଇଥିଲା। ଟ୍ରାଇ ବ୍ରେକରରେ ଉଭୟଙ୍କର ୩-୩ ରହିବାରୁ ସଡନ ଡେଥ ମାଧ୍ୟମରେ ଟିଚର୍ସ କଲୋନୀ ଟିମ ଜୋରକୁ ୬ -୫ ହରାଇ ଚମ୍ପିୟାନ ହୋଇଥିଲା।ଉଦଯାପନୀ ଉତ୍ସବରେ ରୋଟାରୀଆନ ଡିଜି ରବି ଦାସ,ରୋଟାରୀଆନ ବିଶ୍ବଜିତ ପତି, ରୋଟାରୀଆନ ମନଜିତ୍ ତ୍ସିଂହ, ଅରୁଣ ଅଗ୍ରୱାଲ, ଜାତୀୟ ଖେଳାଳି ହିମାଦ୍ରୀ ବରୁୱା,ଜାତୀୟ ରେଫ୍ରି ଭାସ୍କର ନନ୍ଦ, ଚଣ୍ଡିଗଡ ମିନର୍ଭା ଫୁଟବଲ ଏକାଡେମୀର ଆନ୍ତର୍ଜାତୀୟ ଖେଳାଳି ହର୍ଷଦ ତ୍ୟାଗୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଜେତା ଟିଚର୍ସ ଦଳକୁ ଚମ୍ପିୟାନ ଟ୍ରଫି ସହ ୭ ହଜାର ଟଙ୍କା ଓ ଉପ ବିଜେତା ଟିମ ଜୋର ଦଳକୁ ଟ୍ରଫି ସହ ୫ହଜାର ଟଙ୍କା ପ୍ରଦାନ କରିଥିଲେ।

ଏହାସହ ଶ୍ରେଷ୍ଠ ଗୋଲ କିପର ଭାବେ ଦୀକ୍ଷାନ ବେଗେ,ଶ୍ରେଷ୍ଠ ରକ୍ଷଣ ଖେଳାଳି ଭାବେ ବିକାଶ ନାଗ, ଶ୍ରେଷ୍ଠ ସ୍କୋରର ରାହୁଲ ମୁଖୀ, ଶ୍ରେଷ୍ଠ ଯୁବ ଖେଳାଳି ରାହୁଲ କୁସୁମ ଓ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ କାର୍ତ୍ତିକ ଓରାମଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।ପ୍ରାରମ୍ଭରେ ପୂର୍ବତନ ସନ୍ତୋଷ ଟ୍ରଫି ତଥା ଆରଏସପି ପାଇଁ ଅନେକ ମ୍ୟାଚ ଖେଳିଥିବା ବନବୀର ବେହେରାଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ଏହାସହ ପ୍ରାରମ୍ଭରେ ଏକ ପ୍ରଦର୍ଶନୀ ମ୍ୟାଚ କୁଆର ମୁଣ୍ଡା ଓ ପ୍ରଧାନ ପାଲି ମଧ୍ୟରେ ଅନୁଷ୍ଠିତହୋଇ ଅମିମାଂସିତ ଭାବେ ଶେଷ ହୋଇଥିଲା।ଏହି ୫ଦିନ ଧରି ଚାଲିଥିବା ଖେଳକୁ ରେଫ୍ରି ଭାବେ ସର୍ବଶ୍ରୀ ଠାକୁର ମୁର୍ମୁ, ରାଜେଶ ଭଇଁଷା,ଭାନୁ ବାଉରୀ,ଥବିର ଗରୁଡ, କେଶବ ପ୍ରଧାନ, ରାଜ କୁମାର ପାଣିଗ୍ରାହୀ, ସାମୁ ହାସଦା ପ୍ରମୁଖ ପରିଚାଳନା କରିଥିଲେ।ସଂପୂର୍ଣ୍ଣ କାର୍ଯ୍ୟକ୍ରମ ପରିଚାଳନାରେ ଝାମୁ ଖେସ୍, ଆୟୁଷ ଅଗ୍ରୱାଲ, ଶ୍ରେୟାନ୍ସ ସିହ୍ନା, ଚନ୍ଦ୍ରଶେଖର ଅଗ୍ରୱାଲ ସହ ଯୋଗ କରିଥିବା ବେଳେ କାର୍ଯ୍ୟକ୍ରମର ସଫଳତା ପାଇଁ ଅନୁଷ୍ଠାନର ଅଧ୍ୟକ୍ଷ ନମନ ଅଗ୍ରୱାଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।