ପ୍ରେମ ବ୍ୟାପାରକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ

0

ନୂଆଗାଁ(ମନୋଜ କୁମାର ପଣ୍ଡା ): ପ୍ରେମିକ ଟାଙ୍ଗିଆ ରେ ହାଣି ହତ୍ୟାକଲା ପ୍ରେମିକାର ଭାଇ l ଟାଙ୍ଗିଆ ରେ ହାଣି ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ଦୁର୍ଘଟଣାର ରୂପ ଦେବାକୁ ବାଇକରେ ବୋହି 4 କିମି ଦୂର ରେ ଥିବା ବାଦବାଡ଼ି ଜଙ୍ଗଲ ରେ ଫିଙ୍ଗିଦେଲା ପ୍ରେମିକାର ଭାଇ l ସୂଚନା ଅନୁଯାୟୀ ସାରଙ୍ଗଡ଼ ଥାନା କୁଳ ପଦର ଗ୍ରାମ ର ପ୍ରେମିକ ପ୍ରଦୀପ ମଳିକ ନିଜ ସାଙ୍ଗ ସହ ବାଇକ ରେ ଗତକାଲି ରାତିରେ ନିଜ ପ୍ରେମିକା କୁ ଦେଖା କରିବାକୁ ଡ଼ଡବାଡ଼ି ଗାଁ କୁ ଯାଇଥିଲେ l

ତେବେ ପ୍ରେମିକା ର ଭାଇ ଏଥିରେ ଉତକ୍ଷିପ୍ତ ହୋଇ ଟାଙ୍ଗିଆ ରେ ହାଣି ହତ୍ୟା କରିଥିଲା l ହତ୍ୟା ପରେ ପ୍ରେମିକା ର ଭାଇ ସାରଙ୍ଗଡ଼ ଥାନାରେ ରେ ଆତ୍ମ ସମର୍ପଣ କରିଥିବା ଜଣା ପଡିଛି l ସାରଙ୍ଗଡ଼ ଥାନା ବାଦବାଡ଼ି ଜଙ୍ଗଲ ରୁ ପ୍ରେମିକ ର ମୃତଦେହ ଉଦ୍ଧାର କରି ତଦନ୍ତ ଜାରୀ ରଖିଛି ସାରଙ୍ଗଡ଼ ପୋଲିସ l ଘଟଣା ସ୍ଥଳରେ ଜି. ଉଦୟଗିରି sdpo ଡି. ଟି. ଆର ପଟନାୟକ, iic ବଧୂଳିକା ବିଶ୍ୱାଳ ଘଟଣା ସ୍ଥଳରେ ଅଧିକ ତଦନ୍ତ ଜାରୀ ରଖିଛନ୍ତି l