ବୈପାରିଗୁଡା / ଜଗେନ୍ଦ୍ର ପଟ୍ଟନାୟକ: ବୈପାରିଗୁଡା ଅବକାରୀ ଅଧିକ୍ଷକ ଅରୁଣ କୁମାର ପାଢୀଙ୍କ ନିର୍ଦ୍ଦେଶକ୍ରମେ ବୈପାରିଗୁଡା ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ବିପୁଳ ପରିମାଣର ମଦ ଜବତ କରିବା ସହ ନଷ୍ଟ କରାଯାଇଛି। ଜୟପୁର ଅବକାରୀ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଏହି ଚଢ଼ଉରେ ଜୟପୁର ଅବକାରୀ ବିଭାଗ, ବୈପାରିଗୁଡା ଅବକାରୀ ଓଆଇସି ଶରତ ଚନ୍ଦ୍ର ବାରିକ, ଜୟପୁର ସେଟେଲାଇଟ୍ ୟୁନିଟ ଓଆଇସି, ଡିଏଫ୍ଏସ୍ କୋରାପୁଟ ଏବଂ ଏଆରପି ଫୋର୍ସ କୋରାପୁଟ ଅଂଶଗ୍ରହଣ କରିଥିଲେ। ବୈପାରିଗୁଡା ଥାନା ଅନ୍ତର୍ଗତ ଲିମା ଗ୍ରାମରେ ବେଆଇନ ଭାବେ ରନ୍ଧା ଯାଉଥିବା ମଦ ଭାଟି ଉପରେ ଚଢ଼ଉ କରାଯାଇ ୨୦୦୦ ଲିଟର ପୋଚ ଏବଂ ୧୦୦ ଲିଟର ଦେଶୀ ମଦ ଜବତ କରାଯିବା ସହ ସେସବୁକୁ ନଷ୍ଟ କରାଯାଇଛି । ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ଉ ଜାରି ରହିବ ବୋଲି ଅବକାରୀ ବିଭାଗ ତରଫରୁ ପ୍ରକାଶ କରାଯାଇଛି ।