ଉପର ଜାତିର ଝିଅକୁ ପ୍ରେମ କରିବା ପଡିଲା ମହଙ୍ଗା

0

ଋିପୋର୍ଟରସ ଟୁଡେ (ସୋମ୍ୟାଶ୍ରୀ ମହାନ୍ତି): ଉପରଜାତିର ପ୍ରେମିକାକୁ ବିବାହ କରିବାକୁ ଚାହିଁବାରୁ ପ୍ରେମିକକୁ ଜିଅନ୍ତା ଜାଳିଲେ ପ୍ରେମିକାର ଘରଲୋକ । ଘଟଣା ସ୍ଥଳରେ ହିଁ ପ୍ରେମିକର ମୃତ୍ୟୁ ହୋଇଥିବା ଜଣାପଡିଛି । ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାରେ ଏହି ଅଭାନୀୟ ଘଟଣା ଘଟିଛି । ଘଟଣାରୁ ପ୍ରକାଶ ଯେ, ଅଭିଶଶାଙ୍କ ପଲ ନାମକ ଜଣେ ୨୩ ବର୍ଷୀୟ ଯୁବକ ନିଜଠୁ ଉପର ଜାତିର ଜଣେ ଝିଅକୁ ଭଲ ପାଇ ବସିଥିଲେ । ଏନେଇ ପ୍ରେମିକାଙ୍କ ପରିବାର ଲୋକ ଜାଣିବାରୁ କିଛି ଦିନ ତଳେ ପ୍ରେମିକକୁ ଜିଅନ୍ତା ଜାଳି ଦେଇଛନ୍ତି । ଘଟଣାସ୍ଥଳରେ ହିଁ ଉକ୍ତ ପ୍ରେମିକର ମୃତ୍ୟୁ ହୋଇଥିଲା । ଅନ୍ୟପଟେ ଅଭିଶଶାଙ୍କ ପାଠ ପଢା ସହିତ କ୍ରିକେଟ ବହୁତ ଭଲ ଖେଳନ୍ତି । ଅଭିଶଶାଙ୍କ ପରିବାର ବହୁତ ଗରିବ ହୋଇଥିବାରୁ ପୁଅ ପାଠ ପଢି ଚାକିରି କଲେ ପରିବାରର ଆର୍ଥିକ ପରିସ୍ଥିତି ସୁଧୁରିବ ବୋଲି ଆଶା ରଖିଥିଲେ ପରିବାର ଲୋକ । ହେଲେ ତାଙ୍କର ସବୁ ଆଶା ଅଧୁରା ରହିଗଲା । ଉଚ୍ଚ ଜାତିର ଝିଅକୁ ପ୍ରେମ କରିବାରୁ ଜୀବନ ଗଲା । ଏହି ଘଟଣା ପରେ ପରିବାର ଲୋକ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଥିବା ଜଣାପଡିଛି ।