Reporters Today
  • Home
  • ଓଡିଶା
  • ଦୁର୍ଘଟଣାରେ ଜଣେ ବାଇକ୍ ଚାଳକ ମୃତ
ଓଡିଶା

ଦୁର୍ଘଟଣାରେ ଜଣେ ବାଇକ୍ ଚାଳକ ମୃତ

(ସୁର୍ଯ୍ୟକାନ୍ତ ବେହେରା / ମାଲକାନଗିରି) ; ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ର ମୋଟୁ ଥାନା ଅନ୍ତର୍ଗତ କାଲିମେଳା -ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥ ମୁଖ୍ୟ ରାସ୍ତା ର କତାଗୁଡା ଗ୍ରାମ ନିକଟରେଆଜି ପ୍ରାୟ ୧୧ ଘଣ୍ଟିକା ସମୟରେ ହୋଇଥିବା ଏକ ସଡକ ଦୁର୍ଘଟଣା ରେ ଜଣେ ବାଇକ ଆରୋହି ଙ୍କ ମତ୍ୟୁ ଘଟିଥିବା ଜଣା ପଡ଼ିଛି । ମୃତ୍ୟୁ ବ୍ୟକ୍ତି ଜଣକ ଏମ.ପି.ଭି -୮୧ ଗ୍ରାମର ଦୀନବନ୍ଧୁ ତରଫଦାର ବୋଲି ଜଣା ପଡ଼ିଛି ।ସୂଚନା ପାଇ ମୋଟୁ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଙ୍କ ନିର୍ଦ୍ଧେଶ କ୍ରମେ ଏ.ଏସ.ଆଇ ବନମାଳୀ ପ୍ରଧାନ ଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଭଟଣା ସ୍ଥଳରେ ପହଞ୍ଚି ବାଇକ ଓ ମୃତ ଦେହ କୁ ଜବତ କରି ଶବ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ଏ ନେଇ ମୋଟୁ ଥାନାରେ ୩୫/୨୦୨୧ ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ଏସ.ଆଇ ନିମାଇ ଚରଣ ପଣ୍ଡା କହିଛନ୍ତି ।ମିଳିଥିବା ସୂଚନା ଅନୁଯାୟୀ ଦିନବନ୍ଧୁ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ରୁ ତାଙ୍କ ନିଜ ମୋଟର ସାଇକେଲ ରେ ନିଜ ଗ୍ରାମ ଗ୍ରାମକୁ ଆସୁଥିବା ବେଳେ କତାଗୁଡା ଗ୍ରାମ ନିକଟରେ ଏକ ଗାଈକୁ ବାଇକ ଟି ପ୍ରଥମେ ଧକା ଦେବା ପରେ ବାଇକ ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବାଗୋଟିଏ ଗଛରେ ପିଟି ହେଇଥିଲା ।ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ପ୍ରାଥମିକ ତଦନ୍ତ ରୁ ଜଣାପଡିଛି।

Related posts

ଉଦଘାଟନୀ ଉତ୍ସବରେ ପରିଵେଶ ସୁରକ୍ଷା ଓ କରୋନା ସଚେତନତା ବାର୍ତ୍ତା

Report

ବଜ୍ରଘାତରେ ଜଣେ ମୃତ

Report

ଖାଦ୍ୟରୁ ବାହାରିଲା ସାପ

Report

Leave a Comment