ଜଗତସିଂହପୁର/ପ୍ରତାପ କୁମାର ସିଂ: ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ତିର୍ତ୍ତୋଲ ମହାନଦୀରୁ ଏକ ଅଷ୍ଟଧାତୁ ନିର୍ମିତ ବିରଳ ଦଶଭୂଜା ଦୁର୍ଗାମୃର୍ତ୍ତୀ ଉଦ୍ଧାର ହୋଇଛି।ତିର୍ତ୍ତୋଲ ସରଣୀ ଆଦିବାସୀପଡାର କେତେକ ଯୁବକ ମହାନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ବିରଳ ଦଶଭୂଜା ଦୁର୍ଗାମୂର୍ତ୍ତୀଟି ନଦୀ ବାଲିରେ ଅଧାପୋତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ପରେ ସରଣୀ ଆଦିବାସୀପଡାର ଯୁବକ କର୍ଣ ଚପେୟାର ଆକର୍ଷଣୀୟ ବିରଳ ଦଶଭୂଜା ଦୁର୍ଗାମୃର୍ତ୍ତୀକୁ ଆଣି ନିଜ ଘରେ ରଖିଥିଲେ ଏବଂ ଏବେ ମୃର୍ତ୍ତୀ ଦେଖିବାକୁ ସେଠାରେ ଭିଡ ଲାଗିଥିବାର ଦେଖାଯାଇଛି।ଏକ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଆକର୍ଷଣୀୟ ମହିଷାମର୍ଦ୍ଦିନି ଦଶଭୂଜା ଦୁର୍ଗାମୃର୍ତ୍ତୀଟିକୁ ଘରେ ରଖିଥିବା ବେଳେ ଅଦୃଶ୍ୟ ଭୟର ଅନୁଭବ କରୁଥିବା ଯୁବକ ପ୍ରକାଶ କରିଛନ୍ତି।ବିରଳ ଦଶଭୂଜା ଦୁର୍ଗାମୃର୍ତ୍ତୀଟିକୁ ଦେଖିବାକୁ ଏବେ ଆଦିବାସୀ ପଡାରେ ଭିଡ ଲାଗୁଛି।ଅନେକ ଦେଖଣାହାରୀ ଏହା ଝଙ୍କଡବାସିନୀ ମା’ଶାରଳାଙ୍କ ଚଳନ୍ତି ପ୍ରତିମାର ଅବିକଳ ବୋଲି କହିବା ସହ ମା’ଶାରଳାଙ୍କ ମନ୍ଦିରକୁ ଯିବା ଉଚିତ ବୋଲି ମତ ଦେଇଛନ୍ତି। ଗତ କିଛିଦିନ ତଳେ ମୃର୍ତ୍ତୀଟି ଉଦ୍ଧାର ହୋଇଥିବା ବେଳେ ମୃର୍ତ୍ତୀ ଆସିବା ପରେ ଅଜବ ଘଟଣା ମାନ ଘଟୁଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି।ଖବରପାଇ ତିର୍ତ୍ତୋଲ ତହସିଲଦାର ଅମୂଲ୍ୟ କୁମାର ସାହୁ ଉଦ୍ଧାର ମୃର୍ତ୍ତୀ ସମ୍ପର୍କରେ ତଦାରଖ କରିବାକୁ ଯାଇଥିଲେ।ମୃର୍ତ୍ତୀ ଦେଖିବାକୁ ଦୈନିକ ଲୋକଙ୍କ ଭିଡ ଜମୁଥିବା ବିରଳ ଦଶଭୂଜା ମୃର୍ତ୍ତୀ ଆଦିବାସୀ ପଡାରେ ଅସୁରକ୍ଷିତ ଅବସ୍ଥାରେ ରହିଛି।ଆଦିବାସୀଙ୍କ ଖୋଲାମେଲା ଘରେ ଅସୁରକ୍ଷିତ ଅବସ୍ଥାରେ ମା’ଦଶଭୂଜା ଦୁର୍ଗାମୃର୍ତ୍ତୀ ଥିବା ବେଳେ ଏସମ୍ପର୍କରେ ତିର୍ତ୍ତୋଲ ତହସିଲଦାର ଅମୂଲ୍ୟ କୁମାର ସାହୁଙ୍କୁ ପଚାରିବାରେ କ୍ୟାମେରା ଆଗରେ କିଛି କହିବାକୁ ମନାକରି ମୁଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଦେଇଛି।ଯାହା ନିର୍ଦ୍ଦେଶ ଆସିବ ତାହା କରାଯିବ ବୋଲି ଉତ୍ତର ଦେଇଛନ୍ତି।