ବ୍ରହ୍ମପୁର ଏମକେସିଜିରେ ବିରଳ ଅସ୍ତ୍ରୋପଚାର

0

ଗଞ୍ଜାମ/ରଜନୀକାନ୍ତ ପାତ୍ର : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଏମକେସିଜି ମେଡିକାଲର ସର୍ଜରୀ ବିଭାଗରେ ବିରଳ ଅସ୍ତ୍ରୋପଚାର ହୋଇଥିବା ଦେଖିବାକୁ ମିଳିଛି । ପେଟ ପାଖରେ ହେଲା ମଳତ୍ୟାଗ ପାଇଁ ଅପରେସନ । କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ମୃତ୍ୟୁଞ୍ଜୟ ପାତ୍ରଙ୍କର ଏହି ଅପରେସନ ହୋଇଛି । ଗତ ୯ ତାରିଖରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ମୃତ୍ୟୁଞ୍ଜୟ ପାତ୍ର ନାମକ ଜଣେ ଯୁବକଙ୍କୁ କିଛି ଦୁବୃର୍ତ୍ତ ତାଙ୍କ ମଳଦ୍ୱାର ଦେଇ ଏକ ପାଇପ ପୁରାଇ ପମ୍ପ ଯୋଗେ ପବନ ଭର୍ତ୍ତି କରିଦେଇଥିଲେ ।

ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅନ୍ତନଳୀଗୁଡ଼ିକୁ ପୁନଃ ଚିକିତ୍ସିତ କରାଯାଇ ତାଙ୍କ ମଳଦ୍ୱାର ପଟେ ମଳତ୍ୟାଗ ନକରି ଶରୀରର ଅନ୍ୟ ଏକ ସ୍ଥାନ ଦେଇ ମଳ ବାହାରିବା ନେଇ ଆଉ ଏକ ରାସ୍ତା ବାହାର କରାଯାଇଛି । ଅପରେସନ ପରେ ବର୍ତ୍ତମାନ ମୃତ୍ୟୁଞ୍ଜୟଙ୍କୁ ଆଇସିୟୁରେ ରଖାଯାଇଛି ।