ବାରିପଦା: ଓଡିଶାରେ ଚିହ୍ନଟ ହେଲା କଳା ବାଘ । ଶିମିଳିପାଳରେ ବୁଲୁଥିବାର ଭିଡିଓ ଭାଇରାଲ । ସମଗ୍ର ବିଶ୍ୱରେ ଆପଣ ଏଭଳି କିଛି ଜିବଜନ୍ତୁ ଦେଖିଥିବେ ଯାହା ସେମାନଙ୍କ ଭିନ୍ନତା ପାଇଁ ବେଶ ଜଣାଶୁଣା । କିନ୍ତୁ ବେଳେ ବେଳେ ଆମେ ଏମିତି ଜୀବଜନ୍ତୁଙ୍କୁ ଦେଖିବାକୁ ପାଇଥାଉ ଯାହା ଦେଖି ଆମେ ଜକଳ୍ପନା ମଧ୍ୟ କରି ପାରି ନ ଥାଉ ।
ତେବେ ଅନେକ ସମୟରେ ଆପଣ ମାନେ ଜଙ୍ଗଲରେ ହେଉ ବା ନନ୍ଦନ କାନନ ସବୁଠି ବିଭିନ୍ନ ରଙ୍ଗର ବାଘ ବା ଜୀବ ଦେଖି ଥିବେ । କିନ୍ତୁ କଳା ରଙ୍ଗର ବାଘ କେବେ ଦେଖି ନଥିବେ । ତେବେ ବର୍ତ୍ତମାନ ଯୋଉଁ କଳା ରଙ୍ଗର ବାଘର ଭିଡିଓ ଭାଇରାଲ ହେଉଛି, ତାକୁ ଜଣେ ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ।
ଏହି ଭିଡିଓରେ ଆପଣ ଦେଖି ପାରୁଛନ୍ତି ଏକ କଳା ବାଘ । ଯାହା ଦେଖିବାକୁ ବିରଳ ବୋଲି କୁହାଯାଏ । ଜଙ୍ଗଲରେ ଏକ ଗଛ ନିକଟରେ ଏକ କଳା ବାଘ ଘୁରି ବୁଲୁଛି । ଦାବି କରାଯାଇଛି ଯେ ୧୭୭୩ ପରଠାରୁ କଳା ବାଘମାନେ ଦେଖା ଯାଉଛନ୍ତ । ସେହିଭଳି ୧୯୫୦ରେ ଚାଇନା ଏବଂ ୧୯୧୩ରେ ମିଆମରରେ ମଧ୍ୟ ଠିକ ଏଭଳି ବାଘ ଦେଖିବାକୁ ମିଳିଥିବା ନେଇ ଦାବି କରାଯାଇଥିଲା ।