ଲାଲବାବା ପୀଠରେ ରୌପ୍ୟ ଜୟନ୍ତୀ ଉପଲକ୍ଷେ ସାଧୁସନ୍ଥ ସମ୍ମିଳନୀ ଆୟୋଜିତ

0

କଟକ: ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର କୁଳଙ୍ଗାଇଶାଳୋର ଲାଲବାବା ପୀଠରେ ରୌପ୍ୟ ଜୟନ୍ତୀ ଉପଲକ୍ଷେ ଆୟୋଜିତ ମହୋତ୍ସବର ତୃତୀୟ ଦିବସରେ ମନ୍ଦିର ପରିଚାଳନା କମିଟି ତରଫରୁ ସାଧୁସନ୍ଥ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମା ହରଚଣ୍ଡୀ ପୀଠରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ସାଧୁ ସନ୍ଥ ମାନେ ଯୋଗଦେଇ ଏକ ବର୍ଣ୍ଣାଢ୍ୟ ପଟୁଆରରେ ମା ହରଚଣ୍ଡୀ ପୀଠରୁ ବାହାରି ତରତ ହାଟଛକ ,ତରତ ବଜାର ଅତିକ୍ରମ କରି ଲାଲବାବା ପୀଠରେ ପହଞ୍ଚିଥିଲେ ।ଏହି ଶୋଭା ଯାତ୍ରାରେ ଘଣ୍ଟ , ସଂକୀର୍ତ୍ତନ ମଣ୍ଡଳୀ , ପୁରୀର ପ୍ରସିଦ୍ଧ ଲୋକନୃତ୍ୟ ସାହିଜାତ ପ୍ରଜ୍ଞାପନ ମେଢ଼ , ଗଂଜାମର ବାଘ ନାଚ , ସିଂହ ବାଜା ଓ ପଞ୍ଜାବୀ ବାଜା ବଜାଇ ସାଧୁ ସନ୍ଥ ମାନଙ୍କୁ ଏକ ବର୍ଣ୍ଣାଢ୍ୟ ଅଧ୍ୟାତ୍ମିକ ପରିବେଶ ମଧ୍ୟରେ ଲାଲବାବା ପୀଠକୁ ପାଛୋଟି ନିଆଯାଇଥିଲା ।

ଏହି ସମ୍ମିଳନୀରେ କୁନି କୁନି ପିଲା ମାନେ ରାମ, ଲକ୍ଷ୍ମଣ, ଋଷି ବିଶ୍ଵାମିତ୍ର ଓ ହନୁମାନ ଭଳି ସୁଆଙ୍ଗୀ ବେଶରେ ସାମିଲ ହୋଇଥିଲେ। ରାସ୍ତା ପାର୍ଶ୍ୱରେ ମହିଳା ମାନେ ଦୀପ, ଧୂପ ଓ ହୁଳହୁଳି ଦେଇ ସ୍ୱାଗତ କରିଥିଲେ । ଲାଲବାବା ପୀଠ ପକ୍ଷରୁ ସାଧୁ ମହାରାଜ ମାନଙ୍କୁ ଆତିଥ୍ୟତା ଦେବା ସହିତ ସାଧୁ ମହାରାଜା ମାନଙ୍କର ଆଶ୍ରିବାଦ ବଚନ ଶ୍ରବଣ କରିଥିଲେ । ଏଠାରେ ଭଜନ କାର୍ଯ୍ୟକ୍ରମ ସହ ଓରମାସ ପକ୍ଷରୁ ବିଭିନ୍ନ ଷ୍ଟଲ୍ ମାନ ଖୋଲା ଯାଇଛି।

ଲାଲ ବାବା ପୀଠର ବରେଣ୍ୟ ତୁଳସୀ ବ୍ୟାସ ମହା ମଣ୍ଡଳେଶ୍ବର ଶ୍ରୀ ମହନ୍ତ ଗଙ୍ଗା ଦାଶ ମହାରାଜଙ୍କ ଅଧକ୍ଷତାରେ ଆୟୋଜିତ ଏହି ସଭାରେ ନିଗମ କଳ୍ପତରୁ ଆଶ୍ରମର ମହନ୍ତ ବ୍ରହ୍ମାନନ୍ଦ ସରସ୍ୱତୀ , ସିଦ୍ଧଗିରି ଆଶ୍ରମର ବିଶ୍ୱନାଥ ଦାଶ ମହାରାଜ ,ଶ୍ରୀକ୍ଷେତ୍ର ପୁରୀରୁ ବିଭିନ୍ନ ମଠର ସାଧୁ ସନ୍ଥ ମାନେ ଯୋଗ ଦେଇଥିଲେ। ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।