ଭରତପୁର ଥାନା ଅଞ୍ଚଳରେ ବୁଲିଲା ଖଣ୍ଡା

 ଫଳ ଦୋକାନିକୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୁତ୍ତ

0

ଭୁବନେଶ୍ୱର (ସରୋଜ ):ଆଗକୁ ଆସୁଛି ପାର୍ବଣ ସେଥିଲାଗି ଅହରହ ସଭା ସମିତି କରୁଛି କମିଶନରେଟ ପୁଲିସ।ପୂଜା ବଜାର ପାଇଁ ଗତକାଲି ୨ ସହରର ପୁଲିସ ଅଧିକାରୀଙ୍କୁ ନେଇ ସିପିଙ୍କର କ୍ରାଇମ ରିଭିୟୁ ମିଟିଂ ସରିଲା କିନ୍ତୁ ଅପରାଧ ନିୟନ୍ତ୍ରଣ ବଦଳରେ ଅପରାଧ ପ୍ରବଣ ହେଉଛି ରାଜଧାନୀ। ଭରତପୁର ଥାନା ଅଞ୍ଚଳରେ ଆଜି ଦିନ ଦ୍ୱିପ୍ରହରରେ ଫଳ ଦୋକାନୀକୁ ଗୋଡେଇ ଗୋଡେଇ ହାଣିବା ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଥିବା ଜଣା ପଡ଼ିଛି। ଘଟଣା ସ୍ଥଳରେ ପୁଲିସ ପହଂଚି ଅଭିଯୁକ୍ତକୁ କାବୁ କରିଛି। ତେବେ କେଉଁ କାରଣରୁ ଫଳ ଦୋକାନୀଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଛି ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ। ତେବେ ବର୍ତ୍ତମାନ ଥାନାରେ ଲିଖିତ ଅଭିଯୋଗ କରୁଛନ୍ତି ଅଭିଯୋଗକାରୀ।କମିଶନରେଟ ପୁଲିସର ପେଟ୍ରୋଲିଂ ବ୍ଳକିଙ୍ଗ ଚେକିଂ ପରେ ମଧ୍ୟ ପାର୍ବଣ ପୂର୍ବରୁ ଏପରି ଘଟଣା ପୁଲିସର ପାରିବା ପଣିଆ ଉପରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି।