ପାଟଣା ବନାଞ୍ଚଳ ମିଳିତ ଚଢ଼ାଉରେ ଲକ୍ଷାଧିକ ଟଙ୍କାର କାଠ ସହ ଗାଡି ଜବତ

0

କେନ୍ଦୁଝର: ପାଟଣା ବନାଞ୍ଚଳ ମିଳିତ ଚଢ଼ାଉରେ ଲକ୍ଷାଧିକ ଟଙ୍କାର କାଠ ସହ ଗାଡି ଜବତ । ସୂଚନା ଅନୁସାରେ, ଗୁରୁବାର ରାତି ୧୨.୩୦ ସମୟରେ କୌଣସି ସୂତ୍ରରୁ କେନ୍ଦୁଝରଜିଲ୍ଲା ପାଟଣା ବନାଞ୍ଚଳ ଅଧିକାରୀ ଘାସିନାଥ ପାତ୍ର, ବନପାଳ ଅଧିକାରୀ ଚିତ୍ତରଞ୍ଜନ ପରିଡା ତଥା ବନପାଳ ପାରା କର୍ମଚାରୀ ମିଳିତ ଚଢ଼ାଉରେ ୪୯ ନମ୍ୱର ଜାତୀୟ ରାଜପଥ ପିପିଳିଆ ନିକଟରୁ ଏକ କାଠ ବୋଝେଇ ସ୍କର୍ପିୟକୁ ଜବତ କରାଯାଇଛି । ଏହି ବନାଞ୍ଚଳ ଚଢ଼ାଉ ସମୟରେ ଗାଡି ଡ୍ରାଇଭର ଘଟଣା ସ୍ଥଳରୁ ଫେରାରେ ହୋଇ ଯାଇ ଥିବା ବେଳେ କାଠ ବୋଝେଇ ସ୍କର୍ପିୟଟିକୁ ପିପିଳିଆରୁ ପାଟଣା ବନାଞ୍ଚଳ କାର୍ଯ୍ୟଳୟକୁ ଅଣାଯାଇଛି । ସ୍କର୍ପିୟ ଭିତରେ ଚୌକାଠ, ଝରକା ରହି ଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଉର୍ଦ୍ଧ ଦେବ ବୋଲି ପାଟଣା ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି ।