ବଜ୍ରପାତରେ ମହିଳା ମୃତ

0

ହିଞ୍ଜିଳି(ରିପୋର୍ଟସ ଟୁଡେ/ରଜନୀକାନ୍ତ ପାତ୍ର) : ହିଞ୍ଜିଳି ଥାନା ଅନ୍ତର୍ଗତ ଦୟାପଲ୍ଲୀ ଗାଁରେ ଜଣେ ମହିଳା ଶୁକ୍ରବାର ଅପରାହ୍ନରେ ଆକସ୍ମିକ ଭାବେ ବଜ୍ରପାତରେ ମୃତ୍ୟୁବରଣ କରିଥିବା ଖବର ମିଳିଛି । ଦୟାପଲ୍ଲୀ ଗ୍ରାମରେ କାପଲ ଜୟନ୍ତୀ ଆଜି ଅପରାହ୍ନ ପ୍ରାୟ ୪ଟାବେଳେ ତାଙ୍କ ଧାନ ବିଲ୍ କୁ ଧାନ ରୋଇବା ପାଇଁ ଯାଇଥିଲେ । ଗାଁର ପ୍ରାଥମିକ ବିଦ୍ୟାଳୟ ପଛପାଖ ବିଲରେ ଧାନ ରୋଇବା ସମୟରେ ବର୍ଷା ଓ ବଜ୍ରପାତ ହୋଇଥିଲା । ଏହି ସମୟରେ ହଠାତ୍ ବଜ୍ରପାତ ହେବାରୁ ଜୟନ୍ତୀ ଗୁରୁତର ହୋଇ ବିଲ୍ ଭିତରେ ପଡ଼ିଯିବା ଫଳରେ ତାଙ୍କର ସଙ୍ଗେ ସଙ୍ଗେ ମୃତ୍ୟୁ ଘଟିଥିଲା। ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଘଟଣା ସ୍ଥଳରେ ପହଞ୍ଚି ଥିଲେ । ପରେ ୧୦୮ ଆମ୍ବୁଲାନ୍ସ ଦ୍ୱାରା ହିଞିଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ମୃତ୍ୟ ଘୋଷଣା କରିଥିଲେ । ପରେ ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିଲା। ସ୍ଥାନୀୟ ସମିତିସଭ୍ୟା ବି.ସଞିତା ଓ ସରପଞ୍ଚ ବି.ଆପୋୟାଙ୍କୁ ହରିଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ସହାୟତା ପ୍ରଦାନ କରିଥିବା ନେଇ ବିଡିଓ କୁ ସୂଚନା ଦେଇଛନ୍ତି।