ପୂର୍ବତନ ଡିଜିପିଙ୍କୁ ନୂଆ ଦାୟିତ୍ୱ: ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିସନର ଅଧ୍ୟକ୍ଷ ହେଲେ ଅଭୟ

0

ଭୁବନେଶ୍ୱର: ପୂର୍ବତନ ଡିଜିପିଙ୍କୁ ମିଳିଲା ନୂଆ ଦାୟିତ୍ୱ । ବରିଷ୍ଠ ପୋଲିସ ପ୍ରଶାସନିକ ଅଧିକାରୀ ତଥା ପୂର୍ବତନ ପୋଲିସ ଡିଜି ଅଭୟଙ୍କୁ ମିଳିଲା ନିଯୁକ୍ତି । ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିସନର ଅଧ୍ୟକ୍ଷ ହେଲେ ଅଭୟ । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି । ତେବେ ଆଗାମୀ ୫ ବର୍ଷ କିମ୍ବା ୬୨ ବର୍ଷ ହେଲା ପର୍ଯ୍ୟନ୍ତ ଏହି ପଦରେ ରହି କାମ କରିବେ ଅଭୟ । ତେବେ କିଛି ଦିନ ପୂର୍ବେ ଡିଜିପି ପଦରୁ ଅବସର ନେଇଥିଲେ ଅଭୟ ।

ସୂଚନା ଅନୁଯାୟୀ, ଅଭୟଙ୍କ ଅବସର ପରେ ରାଜ୍ୟ ସରକାର ତାଙ୍କୁ ନାର୍କୋଟିକ୍ସ ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରିଥିଲେ । ଅବସର ପରେ ଅଭୟଙ୍କୁ ମୁଖ୍ୟ ଶାସନ ସଚିବ ପାହ୍ୟା ମିଳିବା ନେଇ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା । ୧୯୮୬ ବ୍ୟାଚ୍‍ର ଆଇପିଏସ୍‍ ଅଧିକାରୀ ଅଭୟ ସିବିଆଇ, ସିଆର୍‍ପିଏଫ୍‍ ଓ ବ୍ୟୁରୋ ଅଫ୍‍ ପୁଲିସ ରିସର୍ଚ୍ଚ ଏଣ୍ଡ ଡ଼େଭଲପ୍‍ମେଣ୍ଟର ବିଭିନ୍ନ ଉଚ୍ଚ ପଦରେ କାର୍ଯ୍ୟ କରିଛନ୍ତି।