ଜନ୍ ଆବ୍ରାହମଙ୍କ ଫିଲ୍ମ ‘ଆଟାକ୍’ର ଆସିପାରେ ଦ୍ୱିତୀୟ ଭାଗ !

ଫିଲ୍ମ ‘ଆଟାକ୍’ କୁ ନେଇ ଚର୍ଚ୍ଚାରେ ବଲିଉଡ ଅଭିନେତା ଜନ୍ ଆବ୍ରାହମ୍ ।

0

(ମୁମ୍ବାଇ) : ଫିଲ୍ମ ‘ଆଟାକ୍’ କୁ ନେଇ ଚର୍ଚ୍ଚାରେ ବଲିଉଡ ଅଭିନେତା ଜନ୍ ଆବ୍ରାହମ୍ । ଏପ୍ରିଲ୍ ୧ ରେ ରିଜିଜ୍ ହୋଇଥିବା ଏହି ଫିଲ୍ମ ‘ଆଟାକ୍’ ଏବେ ବକ୍ସ ଅଫିସରେ ଫିଲ୍ମ ‘RRR’ କୁ ଟକ୍କର ଦେଉଛି। ତେବେ ଫିଲ୍ମକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି ଜନ ।

 

ଫିଲ୍ମର ଦ୍ୱିତୀୟ ପାର୍ଟ ବିଷୟରେ ଅଭିନେତା କହିଛନ୍ତି, ଫିଲ୍ମର ପ୍ରଥମ ଭାଗର ସଫଳତା କିମ୍ବା ବିଫଳତାକୁ ଆଧାର କରି ଅନେକ ଲୋକ ଦ୍ୱିତୀୟ ଭାଗ ପାଇଁ ପ୍ରସ୍ତୁତ ହୁଅନ୍ତି। କିନ୍ତୁ ସେ ସର୍ବଦା ଅନୁଭବ କରୁଥିଲେ ଯେ ସୋଲଜର୍ ନିଶ୍ଚିତ ଭାବରେ କୌଣସି ସ୍ଥାନକୁ ଯିବା ଉଚିତ୍, କିଛି ଘଟିବା ଆବଶ୍ୟକ ।

ସେ କହିଛନ୍ତି ଯେତେବେଳେ ତୁମେ ଏହି ଫିଲ୍ମ ଦେଖିବ ତୁମେ ଅନୁଭବ କରିବ ଯେ ଏହା ଅନ୍ୟ ଏକ ଅଂଶ ଆଡକୁ ସୂଚାଉଛି।