ଭାରସାମ୍ୟ ହରାଇ ଓଲଟିଲା ବସ ଅଳ୍ପକେ ବଞ୍ଚଲେ ଯାତ୍ରୀ

0

ଆସ୍କା/କମଳିନୀ ହୋତା : ସେରଗଡ଼ ଥାନା ଅନ୍ତର୍ଗତ ଖମାର ନାଳ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ମିନି ବସ । ହେଲେ ସୌଭାଗ୍ୟ ବଶତଃ କୌଣସି ବଡ଼ ଧରଣର ଦୁର୍ଘଟଣା ହୋଇନଥିବା ବେଳେ ଅଳ୍ପକେ ବଞ୍ଚିଲେ 20 ଯାତ୍ରୀ। 4 ଜଣ ଯାତ୍ରୀ ସାମାନ୍ୟ ଆହାତ ହୋଇଥିବା ବେଳେ ଆହାତଙ୍କୁ ଆମ୍ବୁଲାନ୍ସ ଯୋଗେ ଆସିକା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବସଟି ଆସିକାରୁ ଦିଗପହଣ୍ଡି ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ଯାଇଥିଲା। ଦୁର୍ଘଟଣା ସ୍ଥଳରେ ସେରଗଡ଼ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।