୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍:୧୨ ଆହତ

0

ଭୁବନେଶ୍ୱର(ଚିନ୍ମୟୀ ସ୍ୱାଇଁ):-ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟରାଜପଥର ବାଘମାରୀ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍ । ୧୨ ଆହତ ହୋଇଥିବା ଜଣାପଡିଛି ।ବଲାଙ୍ଗିରରୁ ଭୁବନେଶ୍ୱର ଆସିବା ବାଟରେ ବସଟି ଓଲଟି ପଡିଥିଲା । ପ୍ରବଳ କୁହୁଡି କାରଣରୁ ବସଟି ବାଘମାରୀ ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ଯ ହରାଇ ରାସ୍ତାକଡ ବିଲ ଭିତରୁ ଓଲଟି ପଡିଥିବା ଜଣାପଡିଛି ।

ବସଟି ବଲାଙ୍ଗୀରରୁ ଭୁବନେଶ୍ବର ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୧୦ ଯାତ୍ରୀଙ୍କୁ ଆହତ ଅବସ୍ଥାରେ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲକୁ ପଠାଯାଇଥିବାବେଳେ ଦୁଇଜଣ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।