ବରୀ : ଆଜି ଅପରାହ୍ନରେ ଗୋବିନ୍ଦ ବାଟି ଛକ ନିକଟରେ ବଡ ଧରଣର ଦୁର୍ଘଟଣା ଘଟିଛି । କୁଆଖିଆରୁ ବରୀ ଅଭିମୁଖେ ଆସୁଥିବା ଏକ କୁଣ୍ଡା ଚୋକଡ଼ ବୋଝେଇ ପିକଅପ ସହ ଏକ ସ୍କୁଟିର ସାମ୍ନା ସାମ୍ନି ଧକ୍କା ଧକ୍କା ହୋଇଛି। ଫଳରେ ଭାରସାମ୍ୟ ହରାଇ ପିକଅପ୍ ଟି ରାସ୍ତାର ବାମ ପାର୍ଶ୍ଵରେ ଥିବା ଏକ ଗଛରେ ପିଟିହୋଇ ଓଲଟି ପଡିଛି। ସେପଟେ ସ୍କୁଟିରେ ଥିବା ୩ଜଣ ଯୁବକଙ୍କୁ ଶକ୍ତ ଧକ୍କା ଲାଗିବା ଯୋଗୁଁ ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟ ହୋଇଛି |
ଘଟଣା ସ୍ଥଳରେ ଉପସ୍ଥିତ ସ୍ଥାନୀୟ ଲୋକ ମାନେ ସେମାନଙ୍କୁ ଉଦ୍ଧର କରି 108 ଆମ୍ବୁଲାନ୍ସ ନ ମିଳୁବାରୁ ମଟର ସାଇକେଲ ଯୋଗେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ସୂଚନା ଅନୁଯାଇ ପିକ୍ ଅପ୍ ଗାଡ଼ିଟି ବାଲିଆ ପଞ୍ଚାୟତ ବ୍ରଜକିଶୋର ଦାସଙ୍କ ହୋଇଥିବା ବେଳେ କୁଆଖିଆରୁ କୁଣ୍ଡା ଚୋକଡ ନେଇ ବରୀ ବ୍ଲକ ଧାରପୂରକୁ ଆସୁଥିବା ବେଳେ ସେହି ଗ୍ରାମର ମୁନା ନାମକ ଜୈନେକ ଯୁବକ ଉକ୍ତ ଗାଡ଼ି ଚଳାଉଥିବା ବେଳେ ଜଣେ ଲୋକ ବସିଥିବା ଜଣା ପଡ଼ିଛି।
ସେପଟେ ସ୍କୁଟିରେ ଥିବା 3 ଜଣ ଯୁବକଙ୍କ ମଧ୍ୟରୁ ଜଣେ କିମ୍ଭିରିଆପାଳ ପଂଚାୟତର ମୃତ ସୁନାକାର ଦାସ ବୟସ 19 ହୋଇଥିବା ବେଳେ ଅନ୍ୟ 2ଜଣଙ୍କର ଗୁରୁତର ଙ୍କର ପିରିଚୟ ମିଳିପାରିନାହିଁ। ଘଟଣା ସ୍ଥଳରେ ବରୀ ପୋଲିସ ମୁତୟନ ଅଛି |