ପୁଣି ଓଲଟିଲା ମାଲ ବୋଝେଇ ଟ୍ରକ: 5 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଗାଡି ଚଳାଚଳ ବାଧା ପ୍ରାପ୍ତ

ଗଞ୍ଜାମ ଗଜପତି ସୀମାନ୍ତ ତପ୍ତପାଣି ଘାଟି ରେ ଓଲଟିଲା ଟ୍ରକ

0

ଗଞ୍ଜାମ/ରଜନୀକାନ୍ତ ପାତ୍ର : ସକାଳୁ ସକାଳୁ ଗଞ୍ଜାମ ଗଜପତି ସୀମାନ୍ତ ତପ୍ତପାଣି ଘାଟି ଜକରାପଲ୍ଲୀ ନିକଟରେ କୋରାପୁଟରୁ କଟକ ଯାଉଥିବା ଓଡ଼ି୦୨- ବିଇ-୮୫୭୧ ଅଦା ବୋଝେଇ ଟ୍ରକ ରାସ୍ତା ଉପରେ ଓଲଟି ପଡିଥିଲା।ଖବର ପାଇଁ ପାଟପୁର ପୋଲିସ ପହଞ୍ଚି ଜେସିବି ମାଧ୍ୟମରେ ଟ୍ରକ ଟିକୁ ରାସ୍ତାରୁ ହଟାଇ ଥିଲା।ଡ୍ରାଇଭର ର ଅସାବଧାନତା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି। ଏହି ଭଳି ଦୁର୍ଘଟଣା ନୂଆଁ କଥା ନୁହେଁ।ପ୍ରତ୍ୟେକ ଦିନ ଘଟେ ଗଞ୍ଜାମ ଗଜପତି ସୀମାନ୍ତ ତପ୍ତପାଣି ଘାଟି ରେ ଅନେକ ଛୋଟ ବଡ଼ ଦୁର୍ଘଟଣା।