ହିଂଜିଲିକାଟୁ ମାଣିକ ନଗର ଛକ ନିକଟରେ ଦୁର୍ଘଟଣା

0

ହିଞ୍ଜିଳିକାଟୁ(ରଜନୀକାନ୍ତ ପାତ୍ର):ଗଞ୍ଜାମ ଜିଲ୍ଲା ହିଂଜିଲିକାଟୁ ମାଣିକ ନଗର ଛକରେ ଗତକାଲି ସନ୍ଧ୍ୟା ୬ ଟା ସମୟରେ ଏକ ଦୁର୍ଘଟଣା ଘଟିଛି। ସିଳ୍କ ସିଟି ବସ ଟି ବ୍ରହ୍ମପୁର ଠାରୁ ରାଉରକେଲା ଯିବା ସମୟରେ ଦୁର୍ଘଟଣା ଘଟିଛି।ଏହି ଦୁର୍ଘଟଣାରେ ହିଂଜିଲିକାଟୁର ଅତୁଲ କୁମାର ସ୍ୱାଇଁ, ପ୍ରଭୁଦତ୍ତ ପାତ୍ର, ସାଗର ପାଣିଗ୍ରାହୀ ଆହତ ହୋଇଛନ୍ତି।ସ୍ଥାନିୟ ଲୋକଙ୍କ ଦ୍ଵାରା ଆହତ ମାନଙ୍କୁ ଉପଖଣ୍ଡ ଚିକିତ୍ସାଳୟ ନିଆ ଯାଇଥିଲା।ଅତୁଲ କୁମାର ସ୍ୱାଇଁଙ୍କ ଅବସ୍ଥା ସଙ୍କଟପୂର୍ଣ୍ଣ ଥିବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।ଘଟଣାସ୍ଥଳରେ ହିଂଜିଲି ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି।ଏହି ଦୁର୍ଘଟଣାରେ ଏକ ହୁଣ୍ଡାଇ କ୍ରେଅଟା କାର ଓ ଦୁଇଟି ବାଇକ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି।