ଭୁବନେଶ୍ୱର(ସରୋଜ ରାଉତ):-ପୁରୀ ବାଇପାସ ମଙ୍ଗରାଜ ପଏଣ୍ଟ ନିକଟରେ ସିରିଜ ଦୁର୍ଘଟଣା । ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରିବାକୁ ଯାଇଥିବା ପୋଲିସ ଗାଡିକୁ ଧକ୍କା ଦେଲା ଆଉ ଏକ କାର । ଘଟଣାରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ସେଥିମଧ୍ୟରୁ ଜଣକ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାଇ , ଏକ ବୋଲେ।ରୋରେ ମୟୁରଭଞ୍ଜର ୭ ଜଣ ଯାତ୍ରୀ ପୁରୀ ଅଭିମୁଖେ ଯାଉଥିବା ବେଳେ ମଙ୍ଗରାଜ ପଏଣ୍ଟ ନିକଟରେ ଏକ ଟ୍ରକ ସହ ଧକ୍କା ହୋଇଥିଲା । ଏନେଇ ଖବର ପାଇ ମଂଚେଶ୍ୱର ଥାନା ଏଏସଆଇ ଜିତେନ୍ଦ୍ର ସେନାପତି ଆହତଙ୍କୁ ଉଦ୍ଧାର କରିବାକୁ ଘଟଣାସ୍ଥଳରେ ପହଂଚିଥିଲେ । ଉଦ୍ଧାର କାର୍ୟ୍ୟ ଚାଲିଥିବା ବେଳେ ପୋଲିସ ଗାଡିକୁ ଆଉ ଏକ ଗାଡି ପଛପଟୁ ଧକ୍କା ଦେଇଥିଲା ।